Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଜୀବନର ମାନେ କ'ଣ

ଜୀବନର ମାନେ କ'ଣ

1 min
282


ଜୀବନର ମାନେ କ'ଣ

  ଖାଲି ପରସ୍ପରକୁ ଠକିବା

  ପରସ୍ପରକୁ ଧୋକା ଦେବା ।


  ଜୀବନର ମାନେ କ'ଣ

  ଖାଲି ପରସ୍ପର ମଧ୍ୟେ

  ଦ୍ଵନ୍ଦ୍ଵ ଯୁଦ୍ଧେ ଲିପ୍ତ ରହିବା

  ପରସ୍ପରକୁ ଈର୍ଷା କରିବା ।


  ଜୀବନର ମାନେ କ'ଣ

  କେବଳ ସ୍ଵାର୍ଥ ଦେଖିବା

  ଦେଶ ଓ ସମାଜକୁ ଭୁଲିଯିବା ।


  ଜୀବନର ମାନେ କ'ଣ

  ନିଜେ ସୁଖେ ରହି

  ଆତ୍ମୀୟ ସ୍ଵଜନ ଙ୍କୁ ଭୁଲିଯିବା

  ସଖା ସହୋଦର ଓ ପଡୋଶୀଙ୍କୁ 

  ପର କରିଦେବା ।


  ଜୀବନର ମାନେ କ'ଣ

  ଆମ ନିଜ 

  ସଂସ୍କାର ଓ ସଂସ୍କୃତି କୁ ଭୁଲିଯିବା

  ପ୍ରଥା ଓ ପରମ୍ପରା କୁ ଜଳାଞ୍ଜଳି ଦେବା

  ସଭ୍ୟତା ନାମେ 

  ମାତୃଭୂମି ଓ ମାତୃଭାଷାକୁ ଭୁଲିଯିବା ।


  ଜୀବନର ମାନେ କ'ଣ

  ସାମୂହିକତାକୁ ଭୁଲି

  ସ୍ଵାର୍ଥପର ହୋଇଯିବା

  ନିଜ ପିଲାଛୁଆଙ୍କୁ ଦେଖି

  ଅନ୍ୟମାନଙ୍କୁ ଘୃଣା କରିବା ।


  ଜୀବନର ମାନେ କ'ଣ

  ନୀତି ଆଦର୍ଶ କୁ ଭୁଲି

  ଅନ୍ୟାୟ ଅନୀତି ଓ ଦୁର୍ନୀତି କୁ

  ସ୍ଵାର୍ଥ ପାଇଁ ଆପଣେଇ ନେବା

  ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ନିକଟରେ

  ମାଲିସ୍ ଓ ସାଲିସ୍ କରିବା ।


  ଜୀବନର ମାନେ କ'ଣ

  ଶୋଷଣ ଓ କଷଣ କୁ ଆପଣେଇବା

  ପୁଞ୍ଜିବାଦର ପଞ୍ଝା ତଳେ ରହି

  ସମାଜ ବାଦ ର କଣ୍ଠ ରୋଧ କରିବା

  ପୁଞ୍ଜିପତି ଓ ଶିଳ୍ପ ପତିଙ୍କର ଚାଟୁକାର ସାଜିବା ।


Rate this content
Log in

Similar oriya poem from Abstract