STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ଜୀବନର ମାନ

ଜୀବନର ମାନ

1 min
2.9K

ଜୀବନ ତ ଅଟେ ସଂଘର୍ଷ ମୟ

ଚାଲି ଜାଣିଲେ ହେଲା,

ସ୍ମିତ ହସ ଟିକେ ମୁହଁ ରେ ରଖିଲେ

ଦୁଃଖ ସବୁ କଟି ଗଲା ।।

ଦୁଃଖ କେବ ଆମ ଚିରସ୍ଥାୟୀ ନୁହଁ

ଅଟେ ସେ ମନର ଭାବ,

ବାନ୍ଧି ଜାଣିଲେ ମନକୁ ନିଜର

ମିଳିବ ସୁଖର ଠାବ ।।

ହେଉ ପଛେ ସିଏ କୁତ୍ରିମ ହସ

ମୁଖକୁ ସୁନ୍ଦର ଦିସେ,

ହସ ବିନା ଅଟେ ବୃଥା ତ ଜୀବନ

ସଂଗ୍ରାମ ସୁଖର ଆସେ ।।

ସୁଖର ବଣ୍ଟନ ବୃଦ୍ଧି ହୁଏ ସିନା

କୃପଣ କି କରିବାର,

ନିଜର ଖୁସି ରେ ଆଉ କେ ହସିଲେ

ସ୍ମରିବ ସେ ବାର ବାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract