Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Abstract

3  

baijayantimala rout

Abstract

ଜୀବନର ଲମ୍ବା ରାସ୍ତା

ଜୀବନର ଲମ୍ବା ରାସ୍ତା

1 min
11.7K


ଜୀବନର ଏଇ ଲମ୍ବା ରାସ୍ତାଟିକୁ 

ଚାଲିବାକୁ ହେବ ଏକା ,

ଜାଣିନି କେଉଁଠି ଥକି ଯିବି ମୁହିଁ

ମନେ ଉଠୁଥାଏ ସଙ୍କା ।

କେତେ ଅଙ୍କା ବଙ୍କା କେତେ ଖାଲ ଢିପ 

ରାସ୍ତାରେ ଆସିବ ଆମ ,

ସବୁ ବାଧା ବିଘ୍ନ ପଛରେ ପକାଇ 

କରିବି ମୁଁ ଅତିକ୍ରମ ,

କଣ୍ଟକିତ ପଥ ଆସିବ ଜୀବନେ 

କେବେ ହାରିଯିବି ନାହିଁ ,

ରକ୍ତାକ୍ତ ପାଦ ମୋ ଥକିଯିବ ନାହିଁ

ଜୀବନର ପଥ ଦେଇ ।

ଆଗେଇ ଯିବାକୁ ଦିଅ ମୋତେ ବଳ 

ଅଳି ପ୍ରଭୁ ତୁମ ପାଶେ ,

ସୁଖ ଦୁଃଖ ସବୁ ତୁମ ପାଇଁ ପ୍ରଭୁ 

ରହିଛି ତୁମରି ଆଶେ ।


Rate this content
Log in

Similar oriya poem from Abstract