STORYMIRROR

Satyajit Swain

Tragedy Others

3  

Satyajit Swain

Tragedy Others

ଜୀବନର ଗୀତି

ଜୀବନର ଗୀତି

1 min
130

ଅତୀତ ଏମିତି ଅଭୁଲା ସ୍ମୃତି ମୋ'

ସାଉଣ୍ଟୁଥାଏ ମୁଁ ନିତି

କେତେବେଳେ ସିଏ ମନେ ଭରେ ଆଶା

କେବେ ପୁଣି ଭିନ୍ନ ସ୍ଥିତି ।

ବର୍ତ୍ତମାନ, ମୋର ସମୟ ଖେଳରେ

ଯାଇଅଛି କାହିଁ ହଜି

ପଥହରା ମୁହିଁ ବିବଶ ପଥିକ

ପାଉନାହିଁ ତାକୁ ଖୋଜି ।

ଭବିଷ୍ୟତ ମୋର ସୂର୍ଯ୍ୟ ଠାରୁ ଦୂରେ

ଅଟେ ଅନ୍ଧକାର ଭରା

କି ଅବା କରିବି ମୁହିଁ ଯେ' ନିୟତି

ହାତର କଣ୍ଢେଇ ପରା ।

ତଥାପି ହାରିନି ଜୀବନ ଯାତ୍ରାରେ

ଆଗେଇ ଚାଲିଛି ନିତି

ଆଖିର ଲୁହରେ ସଜେଇ ଲେଖୁଛି

ମୋର ଜୀବନର ଗୀତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy