STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଜୀବନର ଗୀତ ଗାଉଛି

ଜୀବନର ଗୀତ ଗାଉଛି

1 min
214


    ମୁଁ ମୋ ହୃଦୟ ବେଦନା କହୁଛି

    ଏ ଜୀବନେ ହାରିଲି କେତେ

      ଜିତିଲି କେତେ

     ସବୁ ମିଶାଣ ଫେଡାଣ

     ଗୁଣନ ହରଣେ ଭାଗଶେଷ କେତେ

      ସବୁ କୁ ଏ ମନ ମଧ୍ୟରେ ଧ୍ୟାଉଛି

     ହାରିବା ଜିତିବାର ଅଙ୍କ କଷି କଷି

     ମୁଁ ମୋ ଜୀବନ ର ଗୀତ ଗାଉଛି ।

   

    ପ୍ରିୟା ର ପ୍ରତିଶ୍ରୁତି କଥା ଭାଳୁଛି

    ତା'ର ସେହି ଅଭୁଲା ପ୍ରେମକୁ ଝୁରୁଛି

    ନିତି ନିତି ତା'ର ମଧୁର କଥା

      ମୃଦୁ ମୃଦୁ ହସହସ କଥା 

       ହୃଦୟ କୁ ମୋ ଜାଳୁଛି

     ଜୀଇଁ କରି ବି ମୁଁ ମରୁଛି

    ତା'ର ସେ ପ୍ରତିଶ୍ରୁତି 

    ମୋ ପାଇଁ ପ୍ରତାରଣା ହୋଇଯାଇଛି

     ମୋ ମନ ହୃଦୟ ରେ

    ପ୍ରେମ ର ସଂଜ୍ଞା କୁ ମୁଁ ଭୁଲିଯାଉଛି

    ମୋ ଦରଦୀ ହୃଦୟେ

     ମୋ ପ୍ରିୟା ପାଇଁ ଏବେ ବି

     ମୋ ଜୀବନର ଗୀତ ଗାଉଛି ।


    କେତେ ନିନ୍ଦା ଅପବାଦ ସହି

    ପ୍ରେମ ପାଇଁ ଏବେ ବି ରହୁଛି

    କେଜାଣି କାହିଁକି ମୋ ପ୍ରିୟା

    ମୋତେ ଭଲ ପାଇ ଭୁଲି ଯାଉଛି

    ଅର୍ଥ, କ୍ଷମତା ଓ ସ୍ଵାର୍ଥକୁ ମାକାଠି କରି

    ଜୀବନ କୁ ତା'ର ସେ ଜୀଉଁଛି

    ପ୍ରେମ ଏକ ଅନୁଭୁତି

    ଏକ ଅଭିଜ୍ଞତା ଏକ ଅଭିଳାଷ ବୋଲି

    ମୋତେ ସେ ଉତ୍ତର ଦେଉଛି

    ପ୍ରତି ମୁହୂର୍ତ୍ତରେ ମରି ମରି

     ମୁଁ ମୋ ଜୀବନ ଜୀଉଁଛି

    ମିଛ ଅଭିନୟେ। ସଂସାର କରି ବି

    ମୁଁ ମୋ ଜୀବନ ର କରୁଣ ଗୀତ ଗାଉଛି ।


   କେତେ ଅପସରୀ କେତେ ରୂପସୀ ସୁନ୍ଦରୀ

     ଏ ଜୀବନେ ମୁଁ ମୋ ଦେଖିଛି

   କାହିଁ କେଉଁଠି ମୁଁ ମୋ ଜୀବନେ

   ସଚ୍ଚା ପ୍ରେମିକା ଟେ ପାଇଛି

    ଅତୀତକୁ ଝୁରି ହେଉଛି

   ନିଦାଘ ଖରାରେ ପ୍ରିୟାର

    ତୃଷ୍ଣା ମେଣ୍ଟେଇବାକୁ ଚାହିଁଛି

   କାହିଁକି କେଜାଣି ସେହି

   ଅଳସୀ ରୂପସୀ ମୋ ପ୍ରେମକୁ

    ଭୁଲି ଯାଉଛି

  ତାକୁ ଝୁରି ଝୁରି

   ମୋ ମନ ମନ୍ଦିରେ

   ମୁଁ ମୋ ଜୀବନ ର ଗୀତ ଗାଉଛି ।


  ଚନ୍ଦ୍ରାଲୋକରେ ମୋ ପ୍ରିୟା ର ମୁଖ

   ଏବେ ବି ମୋତେ ଦିଶି ଯାଉଛି

   ଅନ୍ଧକାର ମଧ୍ୟେ ମୁଁ ମୋ ପ୍ରିୟା ର

   ହସ ହସ ମୁଖକୁ ଏବେ ବି ଖୋଜି ପାଉଛି

  ସତେ କି ପ୍ରିୟା ମୋ ପାଇଁ

   ଏବେ ବି ଅଳତା ସିନ୍ଦୂର ନାଉଛି

   ସେ ସିନା ଭୁଲି ଯାଇଛି

  ଏବେ ବି ମୁଁ ମୋ ହୃଦୟେ ରଖି ତାକୁ

   ତା ପାଇଁ ମୁଁ ମୋ ଜୀବନ ର ଗୀତ ଗାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract