ଜୀବନର ଏହି
ଜୀବନର ଏହି
ଜୀବନର ଏହି ସୀମାରେଖା ତଳେ
କେତେ ଯାତନା ର କାହାଣୀ ଲେଖା
ହାତ ଧରି ବାଟ ଚାଲୁଥିବା ଆମେ
କେ କାହାର ବନ୍ଧୁ କେ କାହା ସଖା
କିଏ କେତେବେଳେ ବାଟ ଭାଙ୍ଗି ଯିବ
ବିଧାତା କପାଳେ ଲେଖିଛି ଯାହା
ଭୋଗିବାକୁ ହେବ ଦିନେ ନୁହଁଇ ବନ୍ଧୁ
କହିବେନି କେହି ପଦିଏ ଆହା
ଗୋଟ ପରେ ଗୋଟେ ଦିନ ସରିଯିବ
ଦେବାକୁ ହୋଇବ ମହାପରୀକ୍ଷା
ଚଲାପଥ ଧାରେ କେତେ ଖାଲ ଡିପ
ପଡିଉଠି ଚାଲି ପାରିଲେ ହେଲା
ଅମ୍ୟୁଲ ମୁଲ ଏ ଜୀବନ ସଉଦା
ଶିଖିବାକୁ ହେବ ବଞ୍ଚିବା କଳା
ସଂସାର ସାଗରେ ବୁଡି ଉଠି ପୁଣି
ଚାଲିବାକୁ ହେବ ନିଜକୁ ଏକା
ମନ ଅଭିମାନ କରି କିବାଲାଭ
ଦୁଇ ଦିନର ଏ ଜୀବନ ଖେଳ
ସଭିଏଁ ଲାଗନ୍ତି ନିଜର ନିଜର
ଠିକଣା ବେଲରେ ନଥିବ କୁଳ
କଳ୍ପନା ଡେଉ ସୀମାଲଙ୍ଘୁ ଥିବ
ନାଉରୀର କେବେ ମିଳିବ ଦେଖା ll
