STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଜୀବନର ଅନୁଭବ

ଜୀବନର ଅନୁଭବ

1 min
466

ଅନୁଭବ ମୋର ଜୀବନ ଯାତ୍ରାରେ ଦୂର ହେବା ଆବଶ୍ୟକ,

ପରିବେଶ ହୁଏ ଅତି ଚିନ୍ତାମୟ ସଚେତନ ଆବଶ୍ୟକ।୧।


ଉନ୍ନତି କରୁଛି ଗ୍ରାମୀଣ ଭାରତ କିନ୍ତୁ ନାହିଁ ତହିଁ କିଛି,

ମଦ୍ୟପାନ ବେଶି ଯୁବା କରୁଛନ୍ତି ଚିନ୍ତିତ ତାହା କରୁଛି।୨।


ପରିବେଶ ଏବେ ଦୂଷିତ ହେଉଛି ନୂଆ ଭାରତ ଗଠନେ,

ମଦ୍ୟପାନ କରି ବେକାର ହୁଅନ୍ତି କାର୍ଯ୍ୟକ୍ରିୟା ନାହିଁ ମନେ।୩


ଅନ୍ଧକାର ଦିଶେ ଗୃହସ୍ଥାଶ୍ରମରେ ନୂଆ ଭାରତରେ ଆଜି,

ମଦ୍ୟପାନ ଯୋଗୁଁ ଦୁର୍ଘଟଣା ଘଟେ ସତ୍ୟ ବଚନଟି ଆଜି।୪।


ଯୁବାଙ୍କର ମନ ମଦ୍ୟରେ ଜଡ଼ିତ ମନୋରଞ୍ଜନର ପାଇଁ,

ମନୋରଞ୍ଜନଟି ବିପଦ ଆଣୁଛି ତାଙ୍କରି ଜୀବନ ପାଇଁ।୫।


ଘର ଓ ସଂସାରେ ଅନ୍ଧାର ଆଣୁଛି ବେକାର ହୁଅନ୍ତି ଯୁବା,

ଗାଆଁ ପରିବେଶ ଚିନ୍ତିତ କରୁଛି ମଦ୍ୟପାନ କରେ ଯୁବା।୬।


ଗୁରୁଜନ ପ୍ରତି ଧ୍ୟାନ ନାହିଁ ତାର ମଦ୍ୟପାନ ପ୍ରତି ଧ୍ୟାନ,

ଗୃହସ୍ଥାଶ୍ରମର ଚିନ୍ତା ନାହିଁ ତାର ମଦ୍ୟପାନରେ ହିଁ ଧ୍ୟାନ।୮।


ନିୟନ୍ତ୍ରଣ ତାର ଅତି ଆବଶ୍ୟକ ଚିନ୍ତା କରିବାକୁ ହେବ,

ଦେଶର ଯୁବାଙ୍କୁ ମାଦକ ପଦାର୍ଥୁ ଦୂର କରିବାକୁ ହେବ।୯।


ଅନୁଭବ ମୋର ଜୀବନଯାତ୍ରାରେ ଦୂର ହେବା ଆବଶ୍ୟକ,

ପରିବେଶ ହୁଏ ଅତି ଚିନ୍ତାମୟ ସଚେତନ ଆବଶ୍ୟକ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy