STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ଜୀବନର ଅବସୋସ.. ହଜିଲା ଅତୀତ

ଜୀବନର ଅବସୋସ.. ହଜିଲା ଅତୀତ

1 min
305


ହଜିଲା ଅତୀତ ସ୍ମୃତି ବିଜଡିତ ଅଭୁଲା ଗାଥାର ପେଡି

ତନୁ ମନ ପ୍ରାଣ ଜାଗେ ଶିହରଣ ଭାବନାରେ ଯାଏ ବୁଡି।

ଶୈଶବ ବାଳୁତ ଦିବ୍ୟ ପ୍ରାଣବନ୍ତ ଆନନ୍ଦ ଲହରୀ ଧାରା

ସ୍ନେହ ଶୁଭାଶିଷ ଅସରା ପୀୟୂଷ କାହାଣୀ ଜୀବନ୍ତ ପରା ।


ଉଛୁଳା ଯୌବନ ସଦା ଦୀପ୍ତିମାନ ରୋମନ୍ଥନ ଆଣେ ପ୍ରାଣେ

ଆଶା ବୈତରଣୀ ପ୍ରଗଳ୍ଭ ତଟିନୀ ଆଲ୍ହାଦ ଜାଗେ ଜୀବନେ ।

ସପନ କଳସି ସଦା ପୂର୍ଣ୍ଣମାସୀ ଜହ୍ନ ରାତି ନୁହେଁ ଫିକା

ପ୍ରଣୟର ମଧୁ ସୁନାବ୍ୟାର ସିନ୍ଧୁ ପ୍ରଣୟନି ଚିନ୍ତେ ଏକ୍କା ।


ମନର ମଣିଷ ମଳୟ ପରଶ ସୋହାଗର କାଦମ୍ବିନୀ

ନୈରାଶ୍ୟ ରେ ଆଶା ଫେଦିଦିଏ ତୃଷା ମଧୁଝରା ସ୍ରୋତସ୍ୱିନୀ ।

ସମୟର ଖେଳ ପ୍ରତାପ ପ୍ରବଳ ପ୍ରୋଢତ୍ବ ଡିଣ୍ଡିମ ପିଟେ

ବୟସର ହସ ମଲ୍ଲିଫୁଲ ବାସ ଚପଳାର ସମ ଲୋଟେ ।


ମୃତ୍ୟୁର ତାଣ୍ଡବ  ଚିରନ୍ତନ ଭବ୍ୟ ବୟସ ଅବଧି ଶେଷ

ସ୍ମୃତିରେ ବିସ୍ମୃତି ଅତୀତର ଇତି ଜୀବନର ଅବସୋସ ।


Rate this content
Log in

Similar oriya poem from Inspirational