STORYMIRROR

Sunanda Mohanty

Abstract Classics Children

3  

Sunanda Mohanty

Abstract Classics Children

ଜୀବନର ଅଭିସନ୍ଧି

ଜୀବନର ଅଭିସନ୍ଧି

1 min
214

ଜୀବନ ଏକ ମରୁଦ୍ୟାନ

ଚାଲିବାକୁ ଶିଖି

ଜୀବନ ଏକ କାକଟସ ଫୁଲ

ବାସ ରସ ତା ପରଖି

ଜୀବନ ଏକ ନାଟକ

କେବେ ନାୟକ ସାଜି

ଜୀବନ ରଙ୍ଗମଞ୍ଚ ରେ

ସଂଳାପ ଆଳାପ ରେ ଭିଜି

ଜୀବନଟା ଖୋଲା ବହି

ଫର୍ଦ ରେ ସତ୍ୟ ସନାତନୀ

ଜୀବନଟା ଇସ୍ତାହାର

ଓଁ ସଂଜୀବନୀ

ଜୀବନର ଚଲାପଥ

କୁସୁମିତ ହୋଇ

ଜୀବନର ସ୍ୱାର୍ଥ ଓ ସର୍ତ୍ତ

ଇତି କରିଦେଇ

ଜୀବନରେ ସ୍ୱାର୍ଥ ତ୍ୟାଗ

ମଣିଷର ମହତ ପଣିଆ

ଜୀବନର ଦୁଇ ନିଆଁ ଭିତରେ

ନହେବା ହତାଶିଆ

ଜୀବନଟା ନୁହେଁ ଗୋଟେ

ଗୋଲାପର ଶେଜ

ଜୀବନରେ ମୁକ୍ତି ପଥ

ହରି ଓ ହରଙ୍କୁ ଭଜ

ଜୀବନର ସରସୀ ରେ ପୂର୍ଣ୍ଣକଳସୀ

ଥୋଇଦେଇ ଥରେ ଦେଖ

ଜୀବନ ମଧୁମୟ ବରଷିବ ଅମୃତଝର

ଥରେ ପରଖ ଓ ଶିଖ

ଜୀବନର ଅସ୍ମିତା ବାଗ୍ମିତା ଗୋଟେଇ

ବହିଟିଏ ଥାଉ ପରପିଢ଼ି ପାଇଁ

ଜୀବନର ଅନ୍ୱେଷଣ ଆହରଣ

ଫର୍ଦ ପରେ ଫର୍ଦ ଯାଉ ଇତିହାସ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract