STORYMIRROR

Dasarathi Sahu

Inspirational

3  

Dasarathi Sahu

Inspirational

ଜୀବନକୁ ମୋର ଗଢି଼ଛି ଯିଏ ସେ

ଜୀବନକୁ ମୋର ଗଢି଼ଛି ଯିଏ ସେ

1 min
4.8K


ଜୀବନକୁ ମୋର ଗଢି଼ଛି ଯିଏ ସେ

ଏକନିଷ୍ଠ ତପସ୍ଵିନୀ

ମନ ମନ୍ଦିରର ଆରାଧ୍ୟ ଦେବୀ ସେ

ସ୍ନେହମୟୀ ମୋ ଜନନୀ

ହାତ ଧରି ମୋର ବାଟ ଚଲାଇଛି

ଶିଖାଇଛି ପୁଣି କଥା

ମୁହଁ ଦେଖି ଏକା ପଢିଦେଇ ପାରେ

ମନ ତଳେ ଯେତେ ବ୍ୟଥା

ରୋଗରେ ଶୋକରେ ମୁଁ ପଡିଲେ ତାର

ବହିଯାଏ ଅଶ୍ରୁ ଧାର

ସେଇ ଜନ୍ମଦାତ୍ରୀ ପାଦ ତଳେ କରେ

କୋଟି କୋଟି ନମସ୍କାର ।

ଦାଶରଥି ସାହୁ

କଳମ୍ବ/ଗଜାଂମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational