STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ଜୀବନକୁ କି ଅବା ଭରସା?

ଜୀବନକୁ କି ଅବା ଭରସା?

1 min
245

ଜୀବନକୁ କି ଅବା ଭରସା

ଇଏ ପରା ପାଣି ଫୋଟକା

ନିମିଷକେ ତୋର ପରାଣ ଛାଡ଼ିବ

ଏକା ଆସିଅଛୁ ଯିବୁ ବି ଏକା l


ଯେତେ ଦିନ ତୋର ମଣିଷ ଜନମ

ପର ସେବା କରି କାଟିବୁ ଦିନ

ଲୋଭ କରିବୁନି ଟଙ୍କା ପଇସାକୁ

ଲଙ୍ଗଳା କରିକି ପୋଡ଼ିବେ ଧନ l


ସତ୍ୟପଥେ ଚାଲି ନ୍ୟାୟ ତୁ କରିବୁ

ମିଥ୍ୟାର ସାରଥୀ ହେବୁଟି ନାହିଁ

ଦୁଃଖୀର ଦୁଃଖରେ ସହାୟ ହୋଇବୁ

ଗରିବକୁ ଦେବୁ ହାତ ବଢ଼େଇ l


ସୁଖ ଦୁଃଖ ଏତ ଦୁନିଆର ରୀତି

ସଭିଙ୍କ ଜୀବନେ ଆସଇ

ସୁଖରେ ନ ହସି ଦୁଃଖରେ ନ କାନ୍ଦି

ଜୀବନକୁ ଦେବୁ ବିତାଇ l


ଭଲ କାମ କରି ସଭିଙ୍କୁ ଆଦରି

ସେନେହରେ କଥା କହିବୁ

ବିପଦ ଆସିଲେ ମନ କରି ଟାଣ

ଧୌର୍ଯ୍ୟ ଧରି ସବୁ ସହିବୁ l


Rate this content
Log in

Similar oriya poem from Abstract