STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଜୀବନକାଳେ

ଜୀବନକାଳେ

1 min
269

ଜୀବନ କାଳ ଭିତରେ

କେତେ ଆଶା କେତେ ସ୍ବପ୍ନ

ମୃତ୍ୟୁ ଦିନେ ଆସିବ ଜାଣିକି

ସ୍ବପ୍ନ ସବୁର ଦହନ ।


ଅଢେଇ ଦିନ ଏ ଜୀବନ ଭିତରେ

କେତେ କଥା ପ୍ରତିଦିନ

ଜୀବନର ମୂଲ୍ୟ କିଏ ବା ବୁଝିଛି

ସ୍ୱଳ୍ପ ଏ ଜୀବନ ଦିନ ।


କେତେ ଯେ କର୍ତ୍ତବ୍ୟ ପଥ ବହୁଦୂର

ଚାଲିବାକୁ ହେବ ପ୍ରତିଦିନ

ଗୋଟିଏ ଦିନର ଘଟଣା ବିସ୍ଲେସଣ

ରାତିରେ ଆଣେ ସମ୍ବେଦନ ।


ପୁଣି କାଲିକି ଚାଲିବି ଚାଲିବି

ବଂଚିଥିବା ଯାଏ ଦିନ

ଜୀବନ କାଳରେ ନିଜ ସମ୍ପର୍କରେ

ଭାବି ଅନ୍ୟପାଇଁ କରୁଥିଲେ କର୍ତ୍ତବ୍ୟ କର୍ମ ।


ଯିବାନି ପଛେଇ ,ଚାଲିବା ଆଗେଇ

ଆସୁ ପଛେ ପାଖେଇ ସେ ମୃତ୍ୟୁ ଦିନ

ଜନମ ଦେଇଛନ୍ତି ଯିଏ ଘେନିଯିବେ ସାଥେ ସିଏ

ଅଯଥା ଚିନ୍ତା ଦହନ ।


ସମର୍ପଣ ସେହି ପ୍ରଭୁଙ୍କ ଚରଣେ

ଜୀବନଟା କରିଦେଇ ତାଙ୍କୁ ଦାନ

ବିଭୁ ପଦେ ଲୟ ରଖିଥିଲେ

ବିପଦର ହେବ ନିଶ୍ଚେ ଅବସାନ l



Rate this content
Log in

Similar oriya poem from Abstract