STORYMIRROR

Writer Roja Panda

Tragedy

4  

Writer Roja Panda

Tragedy

ଜୀବନାବସ୍ତାର ବିଷମତା

ଜୀବନାବସ୍ତାର ବିଷମତା

1 min
377


ଜ୍ୱାଇଁ ନେଇଗଲା ଝିଅକୁ ମୋହର 

ବୋହୂ ସାଥେ ଗଲା ପୁଅ 

ମଶାଣି ଡାକିଲା ଅର୍ଦ୍ଧାଙ୍ଗିନୀକୁ ମୋ 

ଆଖିରୁ ଝରିଲା ଲୁହ .......

ଚାଳ ଖଣ୍ଡେ ଛାର ମୁଣ୍ଡ ଉପରେ ମୋ 

ଶିକାରେ ତ ନାହିଁ ଭାତ 

ଭାଗ୍ୟ ଦେଉଅଛି ଏମିତିକା ମତେ 

ଭୋକିଲା ପେଟରେ ଲାତ ......

କପାଳ ଲିଖନ ନ ହୋଇଲା ଆନ 

ବିହି ଲେଖିଥିଲା ଯାହା 

କଲା କରମର ଫଳ ଭୋଗୁଅଛି 

ପ୍ରାୟଶ୍ଚିତ ଏକା ସାହା .......

ବାର୍ଦ୍ଧକ୍ୟ ବେଳାରେ ସାହା ମୋର ଯିଏ 

ମୁହଁ ମୋଡି ଗଲେ ଚାଲି 

ଅପନ୍ତରା ଘରେ ଫିଙ୍ଗିଦେଲେ ମତେ 

ଧରମ କୁ ସବୁ ଭୁଲି .........

ତଳ ବରଡ଼ାଟି ଖସୁଅଛି ସିନା 

ଉପର ବରଡ଼ା ହସେ 

ମଝି ବରଡ଼ା ତ ଚେତାବନୀ ଦିଏ 

ସଭିଙ୍କ ସମୟ ଆସେ ........

ସଭିଏଁ ଦିନେରେ ବାର୍ଦ୍ଧକ୍ୟ ହୋଇବେ 

ଲୋଡିବେ ସାହାରା ଟିଏ 

ଆଜିର କରମ ଅନୁସାରେ ଫଳ 

ସେମିତି ପାଇବେ ସିଏ ....... 



Rate this content
Log in

Similar oriya poem from Tragedy