STORYMIRROR

Dr.Omm Prasad Pradhan

Abstract

3  

Dr.Omm Prasad Pradhan

Abstract

ଜୀବନ

ଜୀବନ

1 min
11.6K

ଜୀବନ ଏକ ଗଳ୍ପ ନୁହେଁ 

ଗାଳ୍ପିକ ର ଭାଷ୍ୟ ନୁହେଁ

ଜୀବନ ଏକ ବାସ୍ତବିକତା 

ଯାହାକୁ ଗ୍ରହଣ କରିବାକୁ ପଡେ 

ଜୀବନ ରେ ଆପଣାଇବାକୁ ପଡେ 

କିଛି ନିଷ୍ଠୁର ସତ୍ୟ କୁ 

ମୁଣ୍ଡାଇବାକୁ ପଡେ 

କିଛି କଳଙ୍କ ର ଭାର କୁ 

ଆଉ ଚାଲିବାକୁ ହୁଏ 

କିଛି କଣ୍ଟକିତ ପଥ ଦେଇ

ଜୀବନ ତମାମ ର ସଂଘର୍ଷ ପରେ ବି 

କୁସୁମିତ ରାସ୍ତା ର ସ୍ବପ୍ନ ଦେଖିବା 

ହେଉଛି କେବଳ ସ୍ବପ୍ନ 

ଦୂର ପାହାଡ଼ ଦୂରରୁ ସୁନ୍ଦର ଭଳି 

ଏଇ ଜୀବନ ମଧ୍ୟ ଏକ ଶିଳାଖଣ୍ଡ 

ସମାଜ ର ବାଲି ରଗଡା ଉପରେ 

ବାରମ୍ବାର ଗଡୁଥାଏ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract