STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଜୀବନ

ଜୀବନ

1 min
89

ଜୀବନ ନୁହେଁ ମାୟା ମରୀଚିକା

ଅଧା ବାଟେ ହାରି , ଦୁଃଖରେ ଭାଙ୍ଗି ପଡ଼ିବା

ଜୀବନ ନୁହଁଇ ଦୁଃଖର ସାଗର ଦୁଃଖେ କାନ୍ଦି କାନ୍ଦି ମାରିବା

ଜୀବନ ତୋ ଏକ ନବୀନ କଳିକା ପ୍ରତିକ୍ଷଣେ "ପ୍ରତିଭା"ଜାଗ୍ରତ କରିବା

ସତ୍ୟ ପଥେ ରହି ଧର୍ମ କୁ ଆଦରି ମାର୍ଗେ ଆଗେଇ ଚାଲିବା

ସପ୍ତ ଜିହ୍ୱା ସାଜି , ସବୁ ବନ୍ଧ_ପ୍ରତିବନ୍ଧକ କାଟି ନ୍ୟାୟ ପାଇଁ ଲଢ଼ିବା

ଜୀବନ ଆମ ଆଶା ଭରସା , ଅସରନ୍ତି ତାର ଆଶା

ଲୁହର ସମୁଦ୍ରେ ଲୋଚନ ଡଙ୍ଗାରେ , ନ ବୁଡାଇବା ତା ଭରସା

ଆସୁ ଯେତେ ଝଡ଼ ତୋଫାନ, ସହି ଏହି ମନ କରୁ ତିତିକ୍ଷା

ନବୀନ କିରଣ ପାଇଁ ଲଢୁ ,ଏଇ ମନ ରଖି ମନେ ଦିଶୀକ୍ଷା

ଆସିବ ସେ ଦିନ କିରଣେ ନବୀନ

ଉଠି ହସିବ ଏଇ ଲୁପ୍ତ ଗଗନ

ଲୁପ୍ତ ଗଗନ ସୁପ୍ତ ହୋଇ ଉଠିବ

ଲୁହର ମୁକ୍ତାରେ ଏ ଭୁବନ ଚମକି ଉଠିବ

ଶସ୍ୟ ଶ୍ୟାମଳା ହୋଇ ହସିବ ବନ ଖେଳାଯିବ ସମୀରଣ

ନୂତନ ବିହଙ୍ଗ କାକ ଧ୍ଵନି ରେ ହସିବ ଧରିତ୍ରୀ ର ମନ

ରଜନୀ ହଜିବ ପ୍ରଭାତ ଆସିବ

ନୂତନ ପ୍ରାଣ ସେ ଖୋଜି ପାଇବ

ଈଶ୍ୱର ଙ୍କୁ ପାଇ ପୂଜିବ ଏଇ ମନ

ସେ କେହି ନୁହେଁ ଆଉ , ସେ ଏଇ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract