ଜୀବନ
ଜୀବନ
ଜୀବନ
ଜୀବନରୁ ମୁହୁର୍ତ ଗୁଡାଏ ଚୋରାଇ
ପର୍ସରେ ରଖି ଚାଲିଲି ।
ଆରାମ୍ର ଖର୍ଚ୍ଚ କରିବି
ଏହି ଭାବନାରେ ରହିଲି ।
ପକେଟ୍ ଖର୍ଚ୍ଚ ବଢି ଚାଲିଲା
ତାହାର ଭରଣା କରି ଚାଲିଲି ।
ଖୁସି ସବୁ ଆସିଲା ଓ ଗଲା
ମୁଁ କେବଳ ଦେଖ୍ ଚାଲିଲି ।
ଦିନେ ଫୁସରେ ଭାବିଲି
ଆଜି ନିଜକୁ ଖୁଶ୍ କରିବି ।
ପର୍ସ ଖୋଲିଲି-ଶୂନ୍ୟ ଶୂନ୍ୟ ମହାଶୂନ୍ୟ
ନା ମୁହୁର୍ତ ନା ଆଉ କିଛି ।
ଫୁରସତ୍ ପାଇଥିବାରୁ ଭାବିଲି
ନିଜକୁ ଟିକିଏ ଦେଖିବାକୁ ।
ଦର୍ପଣରେ ଦେଖି ଚିହ୍ନି ପାରିଲିନି
ଧାନର ସହ ଦେଖିଲି ବାଳଗୁଡାକ ରୂପାପରି ଧଳା
ଥୁଲା ତ ମୋ ପରି କିଂତୁ କେଜାଣି କିଏ ଠିଆ ହୋଇଥିଲା ।
