ଜୀବନ
ଜୀବନ
ଜୀବନକୁ ସର୍ବ ସମ୍ମୁଖରେ ଉନ୍ମୁକ୍ତ କରିଦିଅ
ସାରା ଦୁନିଆ ଆତ୍ମୀୟ ମନେହେବ ।
ନିଜକୁ ସହଜ ମନେକର,ସମସ୍ତେ ସରଳ ଲାଗିବେ,
ଖୁସି ବାଣ୍ଟି ଚାଲିଲେ ସୁଖ ମିଳିଥାଏ,
ସୁଖ ଶାନ୍ତିକୁ ଖୋଜିବାକୁ ପଡେନା
ସବୁ ନିଜ ଆୟତରେ ଥାଏ ।
ଉଚ୍ଚାରଣ ଆଉ ଆଚରଣରେ ଯଦି ସଂଯମତା ଥାଏ
ସମଗ୍ର ବିଶ୍ୱ ବି ସଂକୁଚିତ ମନେହୁଏ ।
ଏଠି କାହାର ହାର ହୁଏ ନାହିଁ କି ଜିତ ହୁଏ ନାହିଁ
ପ୍ରତିଯୋଗିତା କେବଳ ମାନସିକ ଅବସ୍ଥା ।
କିଏ କଣ ଆଣିଥିଲା କିଏ କଣ ନେଇଗଲା
ଶୁନ୍ୟ ହସ୍ତ ଟେକି ଦେଲେ ସମସ୍ତେ
ଗୋଟିଏ ଭାବରେ ବନ୍ଧା
ଗୋଟିଏ ପଥର ଯାତ୍ରୀ
ପ୍ରତ୍ୟେକ ମଣିଷ ମରଣଶୀଳ ।
