STORYMIRROR

Amita Dash

Inspirational

3  

Amita Dash

Inspirational

ଜୀବନ

ଜୀବନ

1 min
268


ଜୀବନର ମୂଲ୍ୟାଙ୍କନ ନୁହଁଇ ସରଳ

ଜ୍ୟାମିତି ଗଣିତଠୁ ଅଟଇ ଜଟିଳ

ତ୍ରିଭୁଜ, ଆୟତକ୍ଷେତ୍ର, ବର୍ଗ କ୍ଷେତ୍ର ର ଚିତ୍ର

ପରିଧି, ବ୍ୟାସ, ବ୍ୟାସାର୍ଦ୍ଧ ଆଉ ତ୍ରିକୋଣର ମାପ

ନ ବୁଝିଲେ ଗହନ, ବୁଝିଲେ ପାଠ ଅଟେ ଦି ଦିନ

ତ୍ରିକୋଣର ମାପ କ,ଖ,ଗ

ଜୀବନ ତ୍ରିଭୁଜରେ' କ' କୋଣରୁ ଆରମ୍ଭ,'ଖ' କୋଣକୁ ଗମନ

କିଏ କେତେ ଡିଗ୍ରୀରେ ରହିବ କାହାକୁ ବୁଝାଇବ

'ଖ' କୋଣରୁ 'ଗ' କୋଣକୁ ଉର୍ଦ୍ଧ୍ବମୁଖୀ ଗମନ

'ଗ' ଜୀବନର ଶେଷ ପଦଚିହ୍ନ

ଜୀବନର ଶୀର୍ଷ ସ୍ଥାନରେ ପହଞ୍ଚିବା ପରୀକ୍ଷାରେ କେତେ ଜଣ ଉତ୍ତୀର୍ଣ୍ଣ

କାହାକୁ ପଚାରିଚ ନା ଆତ୍ମା କହିବା ଶୁଣିଛ

ତୁ ଜୀବନ ତ୍ରିଭୂଜରେ କ,ଖ,ଗ କୋଉ କୋଣ ନୁହଁ

ତୁ ଭୁଲ୍ ଗାରଟାଣି ଲିଭାଉ ଥିବା ରବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational