STORYMIRROR

Naheda Shaheen

Inspirational

3  

Naheda Shaheen

Inspirational

ଜୀବନ

ଜୀବନ

1 min
180

ଜୀବନର ତରୀରେ ଭାସିଯିବା

ଜୀବନ ଓ ଯଉବନ ଯେ କ୍ଷଣସ୍ଥାୟୀ

ସ୍ଵପ୍ନର ସାଗର ଗର୍ଭରେ ଅନେକ ଯନ୍ତ୍ରଣା

ଯନ୍ତ୍ରଣାର ଅନ୍ୟ ନାମ ଜୀବନ ଚାଲ ,

ଜୀବନର ଗାଥା ଶୁଣିବା

କେବେ ଜୀବନ ଉଲ୍ଲାସର ନନ୍ଦନକାନନ

ତ କେବେ ଅସରନ୍ତି ଅବ୍ୟକ୍ତ ଯନ୍ତ୍ରଣା

କେବେ ପୁଣି ମରୁଵାଲି ତ କେବେ

ବରଫର ସୁଶିତଳ ଶାନ୍ତ ଜୋଛନା।

କେବେ ଆସେ ଅଦିନିଆ ମେଘ ଦୁଃଖର

ଫେର୍ ବି ଡେଣା ମେଲି ଯିବା ଉଡ଼ି

ସବୁ ଦୁଃଖ ପ୍ରତାରଣ କୁ ଭେଦି

ଜୀବନର ଗୀତ ଗାଇବା, ଜୀବନ ଅଟେ ସୁନ୍ଦର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational