Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Abstract

3  

PRABINA KU, KHADANGA

Abstract

ଜୀବନ

ଜୀବନ

1 min
431


ଜୀବନ ସଂଘର୍ଷ କଷଟି ପଥର ବାଟୋଇ

କେବେ ଅଲୋଡା ଖୋଲା ବହି

କେବେ ସୁଖ କେବେ ଦୁଃଖ ସେ ଚିହ୍ନାଏ

ପୃଷ୍ଠା ପୃଷ୍ଠା ଅଲଗା ହୋଇ ।

ଯାହା ପଢିଅଛେ ଅତୀତ ଇତିହାସ ତଳେ

ବର୍ତ୍ତମାନର ପରିସରରେ ଥାଇ

ଆଜି ଯାହା ଲେଖୁଛେ ଜୀବନ କାହାଣୀ

ବୋଧେ ଭବିଷ୍ୟତ ସପନ ପାଇଁ ।

କେଇ ପୃଷ୍ଠା ଜୀବନ ମୋଡ଼ ବଦଳାଏ

କିଛି ଦିଏ କଷ୍ଟ ଯନ୍ତ୍ରଣା

ସ୍ନେହ ଭଲପାଇବା ଅଜାଡ଼ି ଦିଏ କେତେବେଳେ

ପୁଣି କରେ କେବେ ଅବିଶ୍ବାସ ଛଳନା ।

କହିପାରିବ କି ଭାଇ କହିବକି ଏ ଦୁନିଆରେ

କିଏ ଆପଣା କିଏ ପର

ମିଛ ଗର୍ବ ଅହଙ୍କାର ଛଳନା ପ୍ରତାରଣା କୁହେ

ଏଇ ଜୀବନ କେତେ ପୃଷ୍ଠାର ?

ଜୀବନ ବହିରେ ଖୋଜିବୁଲେ ଯେବେ ପାଇବାକୁ

ନିଜ ଦାୟିତ୍ୱ ପରିଚୟ

ଅଟକିଯାଏ ପାଦ ମୋ ପ୍ରଶ୍ନବାଚୀ ଭିତରେ

ମନେ ରଖି କିଛି ସଂଶୟ ।


Rate this content
Log in

Similar oriya poem from Abstract