STORYMIRROR

Sanjya Tripathy

Inspirational

4  

Sanjya Tripathy

Inspirational

ଜୀବନ

ଜୀବନ

1 min
225


ଜୀବନଟା ଅଛି:

ସକାଳୁ ସକାଳୁ କୋଇଲିର କୁହୁରଞ୍ଜନ ଶୁଭୁଛି ବୋଲି

ଗାଈ ଜଗାଳି ଗାଈ ବଳଦ ଚରାଇ ନେଉଛନ୍ତି ବୋଲି

ମନ୍ଦିରରେ ଆଳତୀର ଘଣ୍ଟି ବାଜୁଛି ବୋଲି

ଜୀବନଟା ଅଛି:


ଧୁ ଧୁ ଖରାରେ ଜଳଛତ୍ରଟିଏ ଅଛି ବୋଲି

ଦିନଯାକର କାମ ବଦଳରେ 

ମୁଢ଼ି ମୁଠେ ମିଳୁଛି ବୋଲି

ରଣଜାଡ଼ ଶୀତରେ ଜାଗା ଜାଗା 

ନିଆଁ ପୋଇ ହେଉଛି ବୋଲି

ଜୀବନଟା ଅଛି : 


ଦୁଇ ଟଙ୍କିଆ ଚାଉଳ କୋଡିଏ

ଟଙ୍କାରେ ବିକ୍ରି ହେଉଛି ବୋଲି

ନିରାମୟ ସାଙ୍ଗକୁ ଆହାର ନିଦ୍ରା ଚାଲିଛି ବୋଲି

ଭତ୍ତା ଓ ଫୁଡ୍ ଉପରେ ଛାତଟିଏ ଅଛି ବୋଲି

ଜୀବନଟା ଅଛି : 


ଅଭିଯାତ୍ରୀ ଅଭିମୃତ୍ୟୁ ଅପ୍ରତିହତ

ଭାବେ ଚାଲିଛି ବୋଲି

ଅଭିଶପ୍ତ ଗନ୍ଧର୍ବର ଅନ୍ତରଙ୍ଗ ଅସହାୟତା ଅଛି ବୋଲି

ସମ୍ପର୍କର ସୁରମ୍ୟ ସୃଜନଶୀଳତା ବଜାୟ ରହିଛି ବୋଲି

ଜୀବନଟା ଅଛି :


ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ହେଉଛି ବୋଲି

ମହାନଦୀରେ ଜ୍ୟୋସ୍ନାବିହାର ଚାଲିଛି ବୋଲି

ଅନ୍ଧଗଳିରୁ ସୂର୍ଯ୍ୟଟିଏ ଉଙ୍କି ମାରୁଛି ବୋଲି

ଜୀବନଟା ଅଛି:


ଉଷୁମ ଉଷୁମ ନିର୍ବାଚନୀ ହାୱା ବହୁଛି ବୋଲି

ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ଲଗାମ୍ ଲାଗିଛି

ବୋଲି

ସାଂପ୍ରଦାୟିକ ସଦ୍‌ଭାବ ସଠିକ୍ ଅଛି ବୋଲି

ଜୀବନଟା ଅଛି: 


ନୂତନ ସମ୍ଭାବନାର ଅରୁଣିମା

ପ୍ରତିଭାତ ହେଉଛି ବୋଲି

ବ୍ୟବସ୍ଥାକୁ ପାରଦର୍ଶୀ କରିବା ପାଇଁ ପ୍ରଚେଷ୍ଟା ଚାଲିଛି

ପ୍ରଗତି ଓ ପରିବର୍ତ୍ତନର ପୃଥକ୍ ଏକ ପରିଭାଷା ଖୋଜା

ହେଉଛି ବୋଲି,

ଜୀବନଟା ଅଛି



Rate this content
Log in

Similar oriya poem from Inspirational