STORYMIRROR

Rajalaxmi Tripathy

Thriller

3  

Rajalaxmi Tripathy

Thriller

ଜୀବନ

ଜୀବନ

1 min
244

ଜୀବନ ସଭିଙ୍କ ପ୍ରିୟ

ଡ଼ରଲାଗେ ମୃତ୍ୟୁକୁ ।

ଜୀବନ ଦଉଡେ

କେହି ଜଣେ ଆଙ୍କିଥିବା ରାସ୍ତାରେ

ପାଦଚିହ୍ନ ଅନୁସରି।


ଜୀବନ ଧାଏଁଁ କେବେ

ବିନା ନକ୍ସାରେ

ନିଶ୍ଚିନ୍ତ ରେ ଧାଉଁଥିବା ଡ଼ଙ୍ଗା

ସାମୁଦ୍ରିକ ବାତ୍ୟାରେ ପଡେ

ଝଡ଼ର ଝଡିପୋକ ଝଡେ

ଖସିଆସେ ଆକାଶରୁ ଖଣ୍ଡେ।


ଜୀବନ ଚାହେଁ ବଂଚିବାକୁ

ତା'ପୀଡା ବେଦନାରୁ

ଉଠିବାକୁ ଉର୍ଦ୍ଧ୍ବକୁ

ତା'ପୁଞ୍ଜିଭୂତ ଅନ୍ଧକାର

ଆଦିମ ସ୍ବରୂପରୁ


ଜୀବନ ଜାଣେ

କେହି ଜଣେ ଭଲପାଏ

ଅହରହ ତାକୁ

ଗଢିଛି ସେ ନକ୍ସାଟି

ତା'ରକ୍ତ,ମାଂସ ଶରୀରର

ଖଣ୍ଡ ଖଣ୍ଡ ହାଡ଼ର ଟୁକୁରା ଯୋଡ଼ି

ଅନୁରାଗେ ବଶହୋଇ ତାର

ଥକେନି ଜୀବନ କେବେ

ଅତିକ୍ରମ କରିଚାଲେ

ଜୀବନ ପରେ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller