STORYMIRROR

subrat kumar jena

Abstract Thriller

3  

subrat kumar jena

Abstract Thriller

ଅଧା ଲେଖା ଚିଠି

ଅଧା ଲେଖା ଚିଠି

1 min
11.6K

ଲେଖୁ ଲେଖୁ ହଠାତ ଅଟକି ଯାଇଥିଲି,

କେତେ ଆଶା କେତେ ସ୍ୱପ୍ନରେ ଭରା ଥିଲା,

ନୂଆକରି ବଉଳ ଫୁଲର ବାସ୍ନା ମହୁକୁଥିଲା,

ଅଂକେଇ ବଙ୍କେଇ ସେଇ ଲାଳିତ୍ୟରେ ଭରା,

ମୋର ତାଙ୍କୁ ପ୍ରଥମ ଚିଠିଟି!


ମନେ ପକାଉଥିଲି ବାରମ୍ବାର ଭୁଲି ନଯିବାକୁ,

ଏ ଥର ହୋଲି ଜାତରେ ଆସିବାକୁ,

ଦେଖ କେତେଦିନ ଏମିତି ଖେଳିବି ହୋଲି,

ତୁମ ବିନା ଏକା ଏକା ନିରୋଳାରେ,

ତୁମ କଥା ମାନି ମୁଁ ଆଉ ବର୍ଷାରେ ଭିଜୁନି,

କି ଆଗ ଭଳି ଥଣ୍ଡା ଜର ଭୋଗୁନି,


ହେଲେ ସବୁ ଆଡେ କାହିଁ ଅଜଣା ଆତଙ୍କ,

ଲାଗୁଛି ସତେ ଯେମିତି କିଏ ଭରିଦେଇଛି,

ଏଠି ପବନରେ ବିଷ,

ସେ ବିଷର ଜ୍ବାଳାରେ ସମସ୍ତେ ମୃତପ୍ରାୟ,

ଲୋଡ଼ା ଟିକେ ସଂଜୀବନି,


କିନ୍ତୁ କିଏ କୋଉଠୁ ପାଇବବା ଏ ସଂଜୀବନିକୁ,

ଏମିତି ଅନେକ କିଛି ଲେଖିବାରେ ଥିଲା,

ମାଟିର ମହକକୁ ମାୟୁରୀର ଆବେଗକକୁ,

ହଂସ ହଂସହରାଳିର ପ୍ରଣୟଭରା ନୃତ୍ୟକୁ,

ଧେତ !ବୋଉ ତୁ ଆସି ଗଲୁଜେ,

ଆଉ କଣ ପୁରା କରିହେବ ,

ଏ ମୋ ଅଧଲେଖା ଚିଠିଟିକୁ ।


Rate this content
Log in

Similar oriya poem from Abstract