STORYMIRROR

Ashok Kumar Pradhan

Thriller

3  

Ashok Kumar Pradhan

Thriller

ଗୃହ ବନ୍ଦୀ - 15

ଗୃହ ବନ୍ଦୀ - 15

1 min
11.7K


ଅଦିନେ କୋଇଲିର କୁହୁ କୁହୁ ତାନ

ମନ ମତାଣିଆ ବସନ୍ତର 

ରୂପ ଯୌବନ

ପ୍ରେମ ପ୍ରଣୟରେ ମଧୁର ମିଳନ 

ଅବା ସ୍ମୃତିର ଅବଚେତନ ll


ଅଙ୍କୁରିତ ପ୍ରେମ ବୀଜ 

ମହାଦ୍ରୁମ ହୋଇ 

ରୁଦ୍ର ତାପରୁ ପଥିକକୁ

ସୁଶୀତଳ ଛାୟା ତଳେ 

ବିଶ୍ରାମ ଦେବାକୁ ଅବିରତ ପ୍ରୟାସ ll


ନେପଥ୍ୟରୁ କାହା କଣ୍ଠ ସ୍ବର 

ଲାଗେ ଅତି ଆପଣାର 

ଝରକା ଫାଙ୍କରୁ ମୁଣ୍ଡ ଟୁଙ୍ଗାରି 

କା ରେ ଦେଖି ନେବାକୁ ମନ

ବିକଳ ପ୍ରାଣ ଦୋଳିତ ସ୍ପନ୍ଦନ ll


ଚାଲ ଗୃହ ବନ୍ଦୀ ରେ ଗୋଟେ 

ନୂଆ ନିଷ୍ପତ୍ତି ନେବା ---

ପ୍ରେମର ଏକ ନୂଆ ଟିପ୍ପଣୀ 

ଲେଖିବା ଅଲିଭା କାଳିରେ 

ହୃଦୟ କାନ୍ଥରେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller