କେମିତି ପାଳିବି?
କେମିତି ପାଳିବି?
କେମିତି ପାଳିବି ବିଭିନ୍ନ ଦିବସ?
ସୃଷ୍ଟିର ହୁଏ ବିନାଶ।
ମତିଭ୍ରମ କରେ
କରୋନା ଭାଇରସ
ପର୍ବ ପର୍ବାଣୀ ପାଳନର
ନାହିଁ ଅବକାଶ।
ମଣିଷ ସମାଜ
ସାଜିଅଛି ଆଜି ଜଳକା।
ବିଜ୍ଞାନ ପ୍ରଯୁକ୍ତିବିଦ୍ଯା
ସବୁ ଖାଇଗଲେ ଧୋକା।
ଚାଇନାରୁ ଆସି
ଆତଙ୍କ ଖେଲାଏ
ଚକିତ ବିଶ୍ୱବାସୀ
ପ୍ରକୋପ ତାହାର
ଏତେ ଭୟଙ୍କର
ମଣିଷ ପାରେନା ସମାଜେ ମିଶି।
ପଶୁ ପକ୍ଷୀ ପ୍ରାୟ
ବନ୍ଦୀ ହୋଇ ରହେ
ନିଜ ଜୀବନ ରକ୍ଷା ପାଇଁ।
ଯେତେ ଖୋଜିଲେବି
ଅସହାୟ ମଣିଷ
ବୁଦ୍ଧିବାଟ ପାଏ ନାହିଁ।
ଏ ମହା ବିପଦୁ
ରକ୍ଷା ପାଇବାକୁ
ଲୋଡା ମନେ
ସାହସ, ବିଶ୍ୱାସ ଓ ପ୍ରେମ।
ରହିଲେ ସତର୍କ
ହୋଇ ସଚ୍ଚେତନ
ମନରେ ନଆଣି ଭ୍ରମ
କରୋନା ନିଶ୍ଚିତ ହେବ ଉପଶମ।
