ଭଲ ପ୍ରେମିକଟେ ହେବି
ଭଲ ପ୍ରେମିକଟେ ହେବି
ଜୀବନର ଚଲାବାଟେ
ହାରିଥିଲି ଦିନେ
ବାଛିଥିଲି ମୁଁ ଭାଷା ସାହିତ୍ୟ
ଜୀବନଯାତ୍ରାରେ ପୁଷ୍ପ ମୋହ ପ୍ରେମେ ପଡି
ଛୁଇଁଥିଲି ତୀକ୍ଷଣ କଣ୍ଟାକୁ
ହୋଇଥିଲା ଅଜର୍ସ ରକ୍ତସ୍ରାବ
ଦେଖିବାକୁ ସିଏ ସୁନ୍ଦର ଲାଗିଲା
ବଢ଼ାଇଦେଲି ମୁଁ ହାତ
ଭାବିଦେଲି ଇଏ ମୋ ରାସ୍ତାର ନାଉରି
ପାରିକରିଦେବ ସାତଦରିଆ ନଈକୂଳ
ପ୍ରେମକୁ ମୋହର କା' ନଜର ଲାଗିଲା
ପ୍ରିୟା ମୋର ଦେଲା ଶକ୍ତ ଧକା
ଭଲପାଇ ଅଧବାଟ ଛାଡ଼ିଚାଲିଗଲା
ଶିଖାଇଲା ପ୍ରେମ କରିବାର ନୂତନ ରାସ୍ତା
ହାରିଗଲା ପରେ ବୁଝିଲି ମୋ ପ୍ରିୟା ମନଟା
କେମିତି ଲୋଡୁଛି ସେ ପ୍ରେମ
ଜରାଜୀର୍ଣ୍ଣ ନୁହେଁ ହୋଇଥିବ ସିଏ
ସୁନ୍ଦର ସୁଶୋଭିତ ସୁଷମା ମଣ୍ଡିତ
ଥିବ ତାର ଗୋରା ଦକଦକ ଭେଷ
ପ୍ରିୟାର ମୁହଁଟା ହସରେ ଆଜି ସୁନ୍ଦର ଦିଶୁଚି
ଲାଗିଛି ତା ଗୋଟାଏ ନଜର
ସପନ ବଣିକ ହୋଇ ତାର କିଏ
କିଣିନେବ ସୁନ୍ଦର ମନଟା
ଗଢିଦେବ ଏକ ନିଆରା ସ୍ୱର୍ଣ୍ଣମନ୍ଦିର
ବିଶ୍ୱାସ ଅଛି ମୋହର ଦିନେନା' ଦିନେ
ପଡିବ ସେ ମୋ ପ୍ରେମ ଜାଲେ
ଉଭୟ ବାନ୍ଧି ହୋଇଯିବୁ
ଉଭୟଙ୍କ ପ୍ରେମରେ
ପ୍ରେମିକା ମୋ ସାଜିବ ମୋ ପ୍ରେମ ନାୟିକା
ମୁଁ ହେବି ମୋ ପ୍ରେମ ନାୟକ
ମାଧ୍ୟମ ପାଲଟିବ ଭାଷା ସାହିତ୍ୟ
ଉଭୟଙ୍କ ପ୍ରେମରେ ହେବ ସେ ବାୟକ !!

