STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

ଜୀବନ

ଜୀବନ

1 min
102

କାଇଁ ତୁ କରୁଛୁ ଏତେ ଅଭିମାନ

ଏ ତ ଦିଦିନିଆ ଜୀବନ

ଆଜି ଅଛେ କାଲି ଆଉ ନଥିବା

ତୁଛ୍ଥାରେ କରନା ପ୍ରହସନ ॥


କାଇଁ ତୁ ଏତେ ଭାବୁଛୁରେ ମନ

କଣ ଅରଜିବା ପାଇଁ

ମାଟିରୁ ଆସିଛେ ମାଟିରେ ମିଶିବା

ଗରବ କରିବା ନାଇଁ ॥


ପାଣିଫୋଟକା ଅଟେ ଏ ଜୀବନ

ଏ ଘଡିର କଥା ଆରଘଡିକୁ ନାଇଁ

ଝଗଡା,ଅଶାନ୍ତି ମଞି ବୁଣିଦେଲେ

କି ଲାଭ ପାଇବା କହରେ ଭାଇ ।


ଛାର ଏ ଜୀବନ ବାୟୁରେ ଚାଳିତ

ବିଶ୍ବାସ ଟିକିଏ ଲାଗେ ନାହିଁ

ମୁଠାଏ ପାଉଁଶ ହେବା କି ନାଇଁ

ଅନ୍ୟାୟ ପଥେ ଚାଲିବା ନାହିଁ ॥


ଯେତେ ସଂପର୍କ ଆସୁ ଏ ଜୀବନେ

ହସି ହସି ଆମେ କରିବା ବନ୍ଧୁତା

ଯେତେ ଝଡଝଞା ଆସୁ ଏ ଜୀବନେ

ଜାଳିବା ଆମେ ପ୍ରେମ ସଳିତା ॥


Rate this content
Log in

Similar oriya poem from Inspirational