STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଜୀବନ

ଜୀବନ

1 min
148

ଜୀବନ ଥିଲେ ମୋହ ଓ ମାୟା

ଜୀବନ କାଳେ ସୁଖ ଦୁଃଖ କାୟା

ଜୀବନ ଆରମ୍ଭ ଏନ୍ତୁଡ଼ି ଶାଳେ

ଜୀବନ ଶେଷ ମଶାଣୀ କୋଳେ

ଜୀବନ କାଳ ଭିତରେ କେତେ ଯନ୍ତ୍ରଣା

ଜୀବନ ବାଟେ ଘାଟେ ହେଲେ କର୍ମ ନିପୁଣା

ରଖିବା ଯଶ ,ଅଥାଉ ପଛେ ଭାଗ୍ୟ ଭବିଷ୍ୟ

ଜୀବନ ସାଥେ ପ୍ରେମର ନଈ ,ବାଆ ବତାସ

ଜୀବନ କାଳେ କେତେ ସଂଗୀତ

ହସି ଗାଇବା ଆସରେ ମିତ

ଜୀବନ କାଳେ ବନ୍ଧୁଟିଏ ଲୋଡ଼ା

ଜୀବନ ପରା ବାଲିର କଳା

ଏଇନେ ଅଛି ଏଇନେ ନାହିଁ

ଭରସା ରଖି ଦେଲେ ଲେଖି ଦେବ ଛାଇ

ଜୀବନ କଳା ବୁଝିବା ପାଇଁ

ଲୋଡ଼ା ହୃଦୟ ନିଶ୍ଚୟ ଭାଇ

ପାରି ହେବା ପାଇଁ ଜୀବନ ନଈ

ପାରି ହୋଇବା ହସ ଟିକିଏ ଦେଇ

ଜୀବନ ଗୋଟେ ଏମିତି ସ୍ୱର୍ଗ

ବଞ୍ଚି ଶିଖିଲେ ରହି ନିରୋଗ

ଅନ୍ୟର ବୁଝି ଦୁଃଖ ସୁଖ ମହତ

ଆଗେଇ ଗଲେ ସତ୍ୟ ଶିବ ସୁନ୍ଦର ନିତ୍ୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract