STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଜୀବନ

ଜୀବନ

1 min
248

ଜୀବନ ଟା ଏକ ସୁଖ ଦୁଃଖ ର ଅରମା ପଥ

ପ୍ରହେଳିକା ମୟ ସେପଥେ ଗଡୁଛି ଜୀବନ ରଥ

ଜୀବନ ଟା ଗୋଟେ ମୋହନ ବଂଶୀ ସୁର ସୁରଭି

ଉଲ୍ଲାସେ ଜୀବନ ସଙ୍ଗୀତେ ରଚେ ଅମୀୟ ଛବି


ଅଳିକ ଜୀବନ କଳିକା ସମାନ ବଣ ର ମଲ୍ଲୀ

ବଣେ ଝରି ଯାଏ ଏବେବି ଅଜ୍ଞାତ ଅଖ୍ୟାତ ପଲ୍ଲୀ

ସେଠାରେ ଜୀବନ ସତେ ଦୁର୍ବିସହ ନାହିଁ ଠିକଣା

ଏମିତି ଜୀବନେ ଜୀବନର ପଥ ହେଉଛି ବଣା


ସୁଖ ସ୍ଵାତ୍ସ୍ୟନ୍ଦରେ ତୁଳି ତଳ୍ପ ଶେଜ ଶୁଭ୍ର ସଉଧ

ଜୀବନ ଏମିତି ଉପଭୋଗ ପ୍ରେମ ମଧୁର ଛନ୍ଦ

ଉଡଇ ବ୍ୟୋମରେ ବୁଡଇ ଭୂତଳେ ମାଟି ମାଆର

କଳେବର କରି ସରସ ସୁନ୍ଦର ଶାନ୍ତି କୁଟୀର


ଜୀବନ ଏମିତି ସଉଭାଗ୍ୟ ମୟ କାଳ ଯାପନ

କରି ଏ ଧରାରେ ମନୋମୟ କରେ ନିଜ ଜୀବନ

ପ୍ରତି ପ୍ରତ୍ୟୁଷ ରେ ପ୍ରାତିଚି ଗଗନେ ସୁନା ସକାଳ

ତପନ କିରଣେ ଯୈ।ବନେ ଜୀବନ କରେ ଉତ୍ତାଳ


ଜୀବନ ତ ଗୋଟେ ଶୁଭ ସକାଳ ର ମଳୟ ବାଆ

ପ୍ରତି ପରାଣରେ ପୁଲକ ଯୋଗାଏ ଆହା କି ମାୟା

ଧନ୍ୟ ସେହି ପୂଣ୍ୟ ପୁରୁଷ ସାରସ ରୂପେ ଜୀବନ

ନିୟନ୍ତ୍ରିତ କରେ ଧନ୍ୟ ଧନ୍ୟ ସେହି ପୁରୁଷୋତ୍ତମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract