STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଜୀବନ

ଜୀବନ

1 min
228

ଜୀବନ ଏକ ଏମିତି ଯାତ୍ରା ଅନ୍ତ ନାହିଁ ତାର

ଜୀବନ ବାଲୁକାମୟ ସ୍ତୁପବନେ

ମରୁଭୂମି ବନେ, ଏଇତ, ଜୀବନ

ଜୀବନ, କେବେ, ବନ୍ଧନ

କେବେ ଉଦଗ୍ରୀବ, ଶୂନ୍ୟସ୍ଥାନ

କେବେ ଆଷାଢ଼, ଶ୍ରାବଣ

କେବେ ଫଗୁଣ, ଫଗୁଣ

ମରୁବାଲି, ଜୀବନଟା

ଧୂ ଧୂ ବାଲୁକାମୟ ସ୍ତୁପଟିଏ

ଜୀବନ ଖୋଜେ ବ୍ୟାଖ୍ୟା, ସମୀକ୍ଷା

ଯେତେ ବ୍ୟାପକ ସେତେ ଜଟିଳ

ଦୁରୂହ ବ୍ୟାପାର

ଯାତ୍ରା କିନ୍ତୁ ଅନ୍ତହୀନ

ଶେଷହୀନ

ସେଥିପାଇଁ, ନା, ତାର, ଅନନ୍ତ

ମୁଁ କବରି ହେଲିଣି

ଜଳିଲିଣି, ସମାଧି, ହେଲିଣି

ତଥାପି ଜଳୁଛି, ସେମିତି

ନିର୍ବାପିତ, ହେଇନି

ଆଲୋକର ପର୍ବ ପାଳନ କରିଛି

ପଟୁଆର ହେଇଛି

ଜୀବନ ଯାତ୍ରାର ଅସୀମ ଅନନ୍ତ ପଥରେ

ଖୋଜେ ମଣିଷ

ମନକଥା, ବୁଝିପାରୁଥିବା ମଣିଷ

ହୃଦୟ ର ଭାଷା ପଢି ପାରୁଥିବା ମଣିଷ

ଅନ୍ୟଥା ବ୍ୟର୍ଥହିଁ ହୁଏ

ନିରର୍ଥକ, ଆଶା ଅସୁମାରୀ

ସ୍ବପ୍ନ ଅସରନ୍ତି

ଏଇ ଜୀବନଟା ବୋଧେ

ଏମିତି ଏକ ବନ୍ଧନ

ଜନ୍ମେ ମୁକ୍ତ ହୋଇ କିନ୍ତୁ

ସବୁଠି ବନ୍ଧନ

ବନ୍ଧନ, ସ୍ନେହର, ସମ୍ପର୍କର

ଶିକୁଳିର, ନୁହେଁ

ବନ୍ଧନ ଭଲପାଇବାର

ବନ୍ଧନ ଜନ୍ମ ଜନ୍ମାନ୍ତର ର

ବନ୍ଧନ ଏକ ରଜୁହୀନ

ଶକ୍ତ ବନ୍ଧନ

ଜ୍ୱଳନ ନୁହେଁ ଏବେ ଅନଳର

ଜ୍ୱଳନ ଏବେ ଅନ୍ତର୍ଜ୍ୱଳନ

ଦହନ ଅନ୍ତରଦାହ

ଜଳିବାକୁ ଏକା ଏକା

ଜାଳିବାକୁ, ନିଜସମାଧି ନିଜେ

ଏଇ ବୋଧେ ଅନ୍ତର୍ଜ୍ୱଳନ

ପଙ୍କ ନୁହେଁ ପଙ୍କର

ପଙ୍କ ଏବେ ମଣିଷର ଆବିଳ ହୃଦୟର

ଅତୃପ୍ତ ମନ ଏବେ

ଅଶାନ୍ତ ଆତ୍ମା ଏବେ

ଅଧୁରା ନିଆରା ଢଙ୍ଗ ଏଇ

ଜିଁବାର, ଜିଁବାର, ମାନେ, ନୁହେଁ

ଜଳିବାକୁ, ସମାଧି, ହେବାକୁ

କବରି ହେବାକୁ କି

ଅନ୍ତର୍ଜ୍ୱଳନ କି ଅନ୍ତରଦହନ

ଆତ୍ମଦାହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational