STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଜୀବନ ଯୁଦ୍ଧରେ ମୁଁ ଅର୍ଜୁନ

ଜୀବନ ଯୁଦ୍ଧରେ ମୁଁ ଅର୍ଜୁନ

1 min
364


ଜୀବନ ଟା ଏକ ଅଙ୍କା ବଙ୍କା ପଥ

ସଳଖ ନୁହଁଇ ଜମା,

ଯିବାକୁ ତ ହେବ ସେଇ ପଥ ପରେ

ପଡ଼ୁ ଯେତେ ଖାଲ ଖମା l

ଆସୁ ଯେତେ ଦୁଃଖ ଅବା ଝଡଝଞ୍ଜା

ଜୀବନର କର୍ମପଥେ,

ହାରିଯିବି ନାହିଁ ଆଗେଇଯିବି ମୁଁ

ଦୃଢ଼ ମନୋବଳ ସାଥେ l

କର୍ମ ହେଉ ମୋର ଭୂଷଣ ସର୍ବଦା

ଯେତେବି ଆୟୁଷ ଥାଉ,

କର୍ମ କରି କରି ଜୀବନ ମୋହର

ପ୍ରଭୁ ପଦେ ଲୀନ ହେଉ l


ତୁମେ ଯଦି ପ୍ରଭୁ ସାରଥୀ ହୋଇ

ଦେଖାଇବ ମୋତେ ପଥ,

ଚିନ୍ତା କାହିଁକି କରିବି ମୁଁ କୁହ

ତୁମେ ଥିବ ଯଦି ସାଥ l

ସତ୍ୟ ଶାନ୍ତିର ମାର୍ଗ ଦେଖାଇବ

ହୃଦୟେ ମୋ ବିଜେ ହୋଇ,

ଅର୍ଜୁନ ପରି ତୁମ କଥା ମାନି

ଯିବି ମୁଁ ସଦା ଆଗେଇ ll  ସବୁ କର୍ମର ତୁମେ ହିଁ ତ କର୍ତ୍ତା 

ଆମେ ତ ଅଟୁ ନିମିତ୍ତ 

ସତ୍ୟ,ଧର୍ମ,ନ୍ୟାୟ ସ୍ଥାପନା ନିମନ୍ତେ

କରାଅ ଯାହା ଉଚିତ ll



Rate this content
Log in

Similar oriya poem from Inspirational