STORYMIRROR

Mrs. SASMITA DAS

Inspirational

3  

Mrs. SASMITA DAS

Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
12.4K

ଜୀବନ

କେବେ ଗ୍ରୀଷ୍ମର ପ୍ରଖରତା 

କେବେ ବର୍ଷାଭିଜା ସକାଳର ଛିଟା

କିଛି  ସ୍ମୃତି   କିଛି   ଅନୁଭୂତି

ଜୀବନ

ଜନ୍ମ ରୁ ମୃତ୍ଯୁ  ପର୍ଯ୍ଯନ୍ତ 

ଏକ ଲମ୍ବା ଯାତ୍ରା

ଇଛାରେ ହେଉ ଅବା ଅନିଛା ରେ

ଯାତ୍ରା ଜାରୀ ରଖିବାକୁ ହୋଇଥାଏ

କର୍ମର ପଥରେ

ଯାତ୍ରାରେ କେବେ ମୋଡ଼  ଆସେ

ସବୁଜ ବନାନୀର

ଆଉ କେବେ ପ୍ରଶସ୍ତ  ଘାଟି ରାସ୍ତାର

ସବୁଥିରେ ଯାତ୍ରା କରିବାକୁ ହୋଇଥାଏ

ଆଗାମୀ ଲକ୍ଷ୍ଯ ର ଦିଶା ରେ

ମାତ୍ର ରାସ୍ତା ଲମ୍ବି ଥାଏ

ବାଛିବାକୁ ହୁଏ

ନିର୍ଦ୍ଦାରିତ ରାସ୍ତାର ଗ୍ରସ୍ତ

ଜୀବନ

ଏକ ଲମ୍ବା ରାସ୍ତାର ପଥିକ

ଯାତ୍ରା ସରିଯାଏ

ରାସ୍ତାର କେଉଁ ଏକ 

ଅଜଣା ସ୍ଥିତିରେ

ମନୋମୁଗ୍ଧଧକର ଭାବନା

କି'ବା ଭଗ୍ନ ଅନେକ କାମନା

ସବୁ ର ଏକ ମିଶ୍ର ରାଗେ

ଆମ ଏ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational