STORYMIRROR

Chinmayee Sahoo

Romance

2  

Chinmayee Sahoo

Romance

ଜୀବନ ତୁମରି ପାଇଁ

ଜୀବନ ତୁମରି ପାଇଁ

1 min
432

ରାତିଟା ଆସଇ ନିଶବ୍ଦ ଝଙ୍କାରେ

ବିଶ୍ରାମ ଆହ୍ୱାନ ଦେଇ


ସକାଳ ଆସଇ ମଙ୍ଗଳର ଗାନେ

ଜାଗ୍ରତ ର ସ୍ୱର ନେଇ


ସୁରୁଜ ଆସଇ ଉଷ୍ଣତାପରଶେ

ଜୀବନ ସଞ୍ଚାର ପାଇଁ


ଚନ୍ଦ୍ରମା ଆସଇ ଜୋଛନା ଝରାଇ

ପୀରତି ବେଦନା ଗାଇ


ମଳୟ ତ ବହିଯାଏ ମନ୍ଦ ମନ୍ଦ

ନବଚେତନାଟେ ହୋଇ


କଳକଳ ହୋଇ ବହିଯାଏ ନଈ

ତୃଷ୍ଣା ନିବାରଣ ପାଇଁ


ସବୁଜ ଶସ୍ୟଟି ଲହଡି ଭାଙ୍ଗଇ

ଆଶା ଯେତେ ସଞ୍ଚାରଇ


ବିହଙ୍ଗମ ସୁରେ ସଙ୍ଗୀତ ମୂର୍ଛନା

  ଭାବର ଆବେଗ ବହି


ତୁମ ଆଗମନ ବାରତା ପାଇଲେ

   ସ୍ୱପ୍ନ ଆଖିରେ ନାଚଇ


ତୁମବିଚ୍ଛେଦର ଆଭାସ ମନରେ

   ନୌରାଶ ଭାବ ଭରଇ


ତୁମ ପ୍ରେମ ଡୋରେ ମନ ହେଲା ଛନ୍ଦା

   ଜୀବନ ତୁମରି ପାଇଁ


ତୁମସାଥେ ଏଇ ଜୀବନର ପଥ

   ଯାଏ ତ ସହଜ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance