STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଜୀବନ ଟା ଏମିତିକା

ଜୀବନ ଟା ଏମିତିକା

1 min
358

ଜୀବନଟା ଏମିତିକା

ଛୋଟ ଏକ ଗଳପ

ବିଚ୍ଛେଦଟା ବେଶୀ ଏଠି

ମିଳନ ତ ଅଳପ

ଦୁଃଖ ତ ବେଶୀ

ସୁଖ ଅଛି ଅଳପ।


ଜୀବନ ଟା ଏମିତିକା

ଛୋଟ ଏକ କବିତା

ପୂର୍ଣ୍ଣତା କମ୍ ଏଠି

ବେଶୀ ଅଛି ଶୁନ୍ୟତା

ଦୀପ ସଂଖ୍ୟା କମ୍

ବେଶୀ ଅଛି ସଲିତା।


ଜୀଵନ ଟା ଏମିତିକା

ଛୋଟ ଏକ ନାଟକ

ଭିଲିଆନ ବେଶୀ ଏଠି

କମ୍ ଛନ୍ତି ନାୟକ

ଭକ୍ଷକ ବେଶୀ ବନ୍ଧୁ

କମ୍ ଛନ୍ତି ରକ୍ଷକ।


ଜୀବନ ଟା ଏମିତିକା

ଅବୁଝା ଗୀତ ସୁରରେ

ଗାଇବା ବେଶୀ ଏଠି

ବୁଝେ ତାକୁ କିଏ ରେ

ଦରଦ ବେଶୀ ଏଠି

ମିଠା ପଣ ଦୂରରେ।


ଜୀବନ ଟା ଏମିତିକା

ଚଲାପଥଟିଏରେ

ଅଚିହ୍ନା ବେଶୀ ଏଠି

ଚିହ୍ନା ଜଣେ ଅଧେରେ

ବନ୍ଧୁ ଜଣେ ନ ଥିବେ

ଧୋକାବାଜ ଶହେରେ।


ଜୀବନ ଟା ଏମିତିକା

ସଂଜ୍ଞାହିଁନ ସମ୍ପର୍କ

ହୃଦୟ ନିଆ ବେଶୀ

ଦିଆ ସିନା ଅଳପ

ଯନ୍ତ୍ରଣା ଦେବା ବେଶୀ

ଆଶ୍ୱାସିବା ଅଳପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy