STORYMIRROR

Trushna Das

Abstract Inspirational Others

3  

Trushna Das

Abstract Inspirational Others

ଜୀବନ ତ ବହୁତ ସୁନ୍ଦର

ଜୀବନ ତ ବହୁତ ସୁନ୍ଦର

1 min
256

ଜୀବନ ତ ବହୁତ ସୁନ୍ଦର 

ବୁଝି ହୁଏ ନାହିଁ ତାର ମୂଳ ତତ୍ତ୍ୱ 

ଏହା ଯେ ହସ ଖୁସିର ସମାହାର 

ବୁଝି ଗଲେ ତତ୍ତ୍ୱ ଏହାର ଜୀବନ ହୋଇ ଥାଏ ସୁଖମୟ।।


ଜୀବନ ତ ବହୁତ ସୁନ୍ଦର 

ଜୀବନେ ଆସିଥାଏ ଅନେକ ମାର୍ଗ

ବାଛି ପାରିଲେ ସତ ମାର୍ଗ 

ଲାଗଇ ଜୀବନ ସ୍ୱର୍ଗ ପରି

ଆପଣାଇଲେ କୁପଥ

ଲାଗଇ ଜୀବନ ନର୍କ ପରି।। 


ଜୀବନ ତ ବହୁତ ସୁନ୍ଦର 

ଭଲ ପାଉଥିବା ଲୋକ ଥିଲେ ପାଖରେ ହୋଇ ନିଜର

ନ ଥାଏ ଜୀବନରେ ଆଉ ଡର

ବିପଦକୁ କରି ହୁଏ ସମ୍ମୁଖୀନ 

ହସ ଖୁସିରେ କଟି ଯାଏ ଜୀବନ।। 


ଜୀବନ ତ ବହୁତ ସୁନ୍ଦର 

ମିଳିଲେ ଗୁରୁଜନଙ୍କ ଆଶୀର୍ବାଦ 

ଜୀବନରୁ ହୋଇ ଥାଏ ବିପଦ ଦୂର

ହସରେ ଭରି ଯାଏ ଜୀବନ।। 


ଜୀବନ ତ ବହୁତ ସୁନ୍ଦର 

ରହିଲେ ଏକାଠି ପରିବାର

ପରିବାରରେ ଖେଳିଲେ ଲହରୀ ହସର 

ଜୀବନ ଲାଗଇ ପରିପୂର୍ଣ୍ଣ।। 


ଜୀବନ ତ ବହୁତ ସୁନ୍ଦର 

ନ ରଖି ମନେ ରାଗ ଅପମାନ

କରି ଚାଳ ନିଜର କର୍ମ

ରଖି ଈଶ୍ୱରଙ୍କ ଉପରେ ଭରସା ବିଶ୍ୱାସ 

ଦିନେ ନା ଦିନେ ହୋଇବ 

ତୁମ ଜୀବନ ସଫଳ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract