Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Inspirational Others

4.3  

Trushna Das

Abstract Inspirational Others

ଜୀବନ ତ ବହୁତ ସୁନ୍ଦର

ଜୀବନ ତ ବହୁତ ସୁନ୍ଦର

1 min
255


ଜୀବନ ତ ବହୁତ ସୁନ୍ଦର 

ବୁଝି ହୁଏ ନାହିଁ ତାର ମୂଳ ତତ୍ତ୍ୱ 

ଏହା ଯେ ହସ ଖୁସିର ସମାହାର 

ବୁଝି ଗଲେ ତତ୍ତ୍ୱ ଏହାର ଜୀବନ ହୋଇ ଥାଏ ସୁଖମୟ।।


ଜୀବନ ତ ବହୁତ ସୁନ୍ଦର 

ଜୀବନେ ଆସିଥାଏ ଅନେକ ମାର୍ଗ

ବାଛି ପାରିଲେ ସତ ମାର୍ଗ 

ଲାଗଇ ଜୀବନ ସ୍ୱର୍ଗ ପରି

ଆପଣାଇଲେ କୁପଥ

ଲାଗଇ ଜୀବନ ନର୍କ ପରି।। 


ଜୀବନ ତ ବହୁତ ସୁନ୍ଦର 

ଭଲ ପାଉଥିବା ଲୋକ ଥିଲେ ପାଖରେ ହୋଇ ନିଜର

ନ ଥାଏ ଜୀବନରେ ଆଉ ଡର

ବିପଦକୁ କରି ହୁଏ ସମ୍ମୁଖୀନ 

ହସ ଖୁସିରେ କଟି ଯାଏ ଜୀବନ।। 


ଜୀବନ ତ ବହୁତ ସୁନ୍ଦର 

ମିଳିଲେ ଗୁରୁଜନଙ୍କ ଆଶୀର୍ବାଦ 

ଜୀବନରୁ ହୋଇ ଥାଏ ବିପଦ ଦୂର

ହସରେ ଭରି ଯାଏ ଜୀବନ।। 


ଜୀବନ ତ ବହୁତ ସୁନ୍ଦର 

ରହିଲେ ଏକାଠି ପରିବାର

ପରିବାରରେ ଖେଳିଲେ ଲହରୀ ହସର 

ଜୀବନ ଲାଗଇ ପରିପୂର୍ଣ୍ଣ।। 


ଜୀବନ ତ ବହୁତ ସୁନ୍ଦର 

ନ ରଖି ମନେ ରାଗ ଅପମାନ

କରି ଚାଳ ନିଜର କର୍ମ

ରଖି ଈଶ୍ୱରଙ୍କ ଉପରେ ଭରସା ବିଶ୍ୱାସ 

ଦିନେ ନା ଦିନେ ହୋଇବ 

ତୁମ ଜୀବନ ସଫଳ।।


Rate this content
Log in

Similar oriya poem from Abstract