STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ଜୀବନ ସତ୍ୟ 4

ଜୀବନ ସତ୍ୟ 4

1 min
13.3K


ବନ୍ଧୁ କହି ବନ୍ଧୁ ବନ୍ଧୁ ବିଘାତକ

ଏନୁହେଁ ବନ୍ଧୁ ପାରିବାର

ନପାରିବ ଯଦି ବନ୍ଧୁ ବିପ୍ରଳାପ

ହୁଏକି ଆଦର୍ଶ ବିଚାର


ଗର୍ବ ଅହଙ୍କାର ଧରା ପଡିଯାଏ

ଛଳନା ଛପାଏ ଛିକାର

ଛଙ୍କା ନୁହେଁ ଯେଣୁ ଛୋପରା ଆଚାର

ଛଳ ବନ୍ଧୁ ଡର ନିଥର


ଅବନ୍ଧୁ ବି ବନ୍ଧୁ ବନ୍ଧୁର ସମାନ

ଯେ ବନ୍ଧୁ ଭାବ ନିରଞ୍ଜନ

ଭାବ ଥିଲେ ସିନା ହୁଅନ୍ତି ସେ ଜନ

ଧନ ବିହୁନେ ଧନବାନ


ଅସାଧୁରେ ସାଧୁ ସାଧୁ ଭାବ ଦୃଷ୍ଟି

ସେ ବନ୍ଧୁ ସାଧୁ ବାଚ୍ୟମାନ

ସତ୍ସଙ୍ଗ ସଦିଛା ଯାଠାରେ ରହିଛି

ବନ୍ଧୁ ରେ ହୁଅନ୍ତି ଭାଜନ


ଚିହ୍ନି ଶିଖି ନାହଁ ଯଦି ପର ମନ

ବନ୍ଧୁ ରେ ବନ୍ଧୁତା ଦହନ

ଦୟା ଥିଲେ ସିନା ସଜ୍ଜନ ଦୁର୍ଜନେ

ବନ୍ଧୁତା ନୋହିବ ଦାରୁଣ


ଏ ବନ୍ଧୁ ସେ ବନ୍ଧୁ ପ୍ରିୟ ସବୁ ବନ୍ଧୁ

ବନ୍ଧୁ ରେ କି ଅଛି ବନ୍ଧୁର

ବନ୍ଧ କରି ବନ୍ଧୁ ବନ୍ଧୁକୁ ବାନ୍ଧିଲେ

ବନ୍ଧୁ କି ହୋଇବ ସୂଦୁର


ବନ୍ଧୁ ପ୍ରେମେ ପ୍ରେମ ଭରେ ମାଦକତା

ବନ୍ଧୁ ଭାବେ ପାଇଛି ଜାଣି

ବନ୍ଧୁ ଗଢଣିରେ ବନ୍ଧୁତା ଗଢିବା

ବନ୍ଧୁ ଯେଣୁ ମହା ବିନ୍ଧାଣୀ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational