ଜୀବନ ସଂପର୍କ
ଜୀବନ ସଂପର୍କ
ସଂପର୍କରେ ଥାଏ କେତେ
ରାଗ ରୁଷା
କେତେ ପୁଣି ଅଭିମାନ,
ତଥାପି ତା ବିନା ଭଲ
ଲାଗେନାହିଁ
ସେ ତ ଭରୁଥାଏ ଜୀବନ
ସଂପର୍କ ବୀଣାର
ତାର ଛିଡିଗଲେ
ଜୀବନଟା ଦୁର୍ବିସହ,
ବାଜୁଥିଲେ ସଦା
ରିମଝିମ୍ ସ୍ବରେ
ବାସୁଥାଏ ମହମହ
ସଂପର୍କଟା ନୁହେଁ
ସ୍ବାର୍ଥର ଗୋଲାମ୍
ପ୍ରେମ ପ୍ରୀତିର ସେ ମନ୍ଦିର,
ପୂଜା କରୁଥିଲେ
ସେଇ ସଂପର୍କକୁ
ଜୀବନ ହୁଏ ସୁନ୍ଦର
ମିଛ ସଂପର୍କରେ
ବାନ୍ଧି ହେଲେ ମନ
ପଥ ହୁଏ କଂକରିଳ,
ସଂପର୍କ ତ ହୁଏ ଶକ୍ତ ସୁଦୃଢ
ଯଦି ମନ ନହୁଏ ଆବିଳ
ସଂପର୍କଟା ହେଲେ
ଧୂ ଧୂ ଖରା
ବହେ ଝାଞ୍ଜି ନିଦାଘର,
ଭିଜେଇବା ତାକୁ
ବର୍ଷା ପଣତରେ
ସଂପର୍କ ହେବ ମଧୁର
