STORYMIRROR

Hasyamayee Raj

Abstract

3  

Hasyamayee Raj

Abstract

ଜୀବନ ସଂପର୍କ

ଜୀବନ ସଂପର୍କ

1 min
12K

ସଂପର୍କରେ ଥାଏ କେତେ

ରାଗ ରୁଷା

କେତେ ପୁଣି ଅଭିମାନ, 

ତଥାପି ତା ବିନା ଭଲ

 ଲାଗେନାହିଁ 

ସେ ତ ଭରୁଥାଏ ଜୀବନ


ସଂପର୍କ ବୀଣାର

ତାର ଛିଡିଗଲେ

ଜୀବନଟା ଦୁର୍ବିସହ, 

ବାଜୁଥିଲେ ସଦା

ରିମଝିମ୍ ସ୍ବରେ

ବାସୁଥାଏ ମହମହ


ସଂପର୍କଟା ନୁହେଁ

ସ୍ବାର୍ଥର ଗୋଲାମ୍

ପ୍ରେମ ପ୍ରୀତିର ସେ ମନ୍ଦିର, 

ପୂଜା କରୁଥିଲେ

ସେଇ ସଂପର୍କକୁ

ଜୀବନ ହୁଏ ସୁନ୍ଦର


ମିଛ ସଂପର୍କରେ

ବାନ୍ଧି ହେଲେ ମନ

ପଥ ହୁଏ କଂକରିଳ, 

ସଂପର୍କ ତ ହୁଏ ଶକ୍ତ ସୁଦୃଢ

ଯଦି ମନ ନହୁଏ ଆବିଳ


ସଂପର୍କଟା ହେଲେ

ଧୂ ଧୂ ଖରା

ବହେ ଝାଞ୍ଜି ନିଦାଘର, 

ଭିଜେଇବା ତାକୁ

ବର୍ଷା ପଣତରେ

ସଂପର୍କ ହେବ ମଧୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract