STORYMIRROR

NAGENDRA KUMAR ROUT

Abstract

2  

NAGENDRA KUMAR ROUT

Abstract

ଜୀବନ ସଂଙ୍ଗୀତ

ଜୀବନ ସଂଙ୍ଗୀତ

1 min
150

ଚାହାକପ ରେ ଝଡ଼ ଯେବେ ଆସେ

ମନ ଫୁଲ ଯାଏ ମଉଳି

ଧର୍ଯର ସହ କରି ମୁକାବିଲା

ଦୁଃଖ ରେ ନ ହୁଅ ବାଉଳି

ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ

କରୁଥାଏ ନିତି ନିୟତି

ସିଏ ସିନା ଲଭେ ସଂସାର ରେ ସୁଖି

ମଧ୍ୟ ରେ ଯେ ରଖେ ସଂହତି

ଜୀବନ ନଦୀରେ ଦୁଃଖ ର ଜୂଆର

ମାଡ଼ି ଆସେ କେବେ କେବେ

ଛାତି କୁ ପଥର କରିଦେ ବନ୍ଧୁ ରେ

ଇଶ୍ୱର ସହାୟ ହେବେ

ସଂସାର ଟା ତାର ବୋଲି ଭାବିଦେଲେ

ନ ଥିବ ଟିକିଏ ଲୋଭ

କାହିଁକି ଦୁଃଖ ରେ ସନ୍ତାପି ହେବୁରେ

ମନରେ ଆଣିବୁ କ୍ଷୋଭ

ଯିଏ ଦେଇଥିଲା ସିଏତ ନେଉଛି

ଦେଲା ନେଲା ବାଲା ସିଏ

ହାତ ଟେକି ଦେଇ ସମର୍ପଣ କର

ତୋ ଡଙ୍ଗା ବାହିବ ଛାଏଁ

ମୋର ମୋର କହି କୁଢ଼ କର ନାହିଁ

ଜୀବନେ କଳୁଷ ଗଦା

କେହି ଯିବେ ନାହିଁ ତୋ ସଂଙ୍ଗତେ ବନ୍ଧୁ

ତୋତେଟି କରିବେ ଚନ୍ଦା

ଭାଗ କରି ନେବେ ସଂମ୍ଫତ୍ତିକୁ ତୋହର

କାନ୍ଦିବେ ନି ଆଉ ତୋ ଗୁଣ ସୁମରି

ଯିବେ ଧିରେ ଧିରେ ଭୁଲି

ଦିନ କେଇଟାରେ ହୋଇବେ ସମସ୍ତେ

ସୁଖେ ମସଗୁଲ ଖାଲି

ନ କରି ତୋର ଚିନ୍ତା

କାହା ପାଇଁ ତୁହି ଧନ ସଞ୍ଚିଥିଲୁ

ସେ ଧନ ତୋ ପାଇଁ ଯନ୍ତା

ଛାଡି ଲୋଭ ମାୟା ସ୍ମରି ତାଙ୍କ କାୟା

ଦେଖ ଉଦାସିନ ନେତ୍ରେ

ଏ ଭବ ସାଗରୁ ପାର ତୁ ପାଇବୁ

ନାଁ ରଖି ଧରା ଧାତ୍ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract