STORYMIRROR

Debadatta Jena

Abstract Inspirational Children

3  

Debadatta Jena

Abstract Inspirational Children

ଜୀବନ ସଂଗୀତ

ଜୀବନ ସଂଗୀତ

1 min
172


କେଉଁ କୋକିଳର ମଧୁର ମୂର୍ଚ୍ଛନା 


ଅବା ସେ ମଧୁର ଶବ୍ଦ ସଂଯୋଜନା, 


ଜୀବନେ ଦିଏ ଆନନ୍ଦ, 


ତୋ ରାଗିଣୀ ସୁର, କରୁଣ ବିଳାପ, 


କରି ପାରେ ମନ୍ତ୍ର ମୁଗ୍ଧ? 


କେଉଁ କପୋତୀର କରୁଣ ରାଗିଣୀ 


ଅବା ସେ ଅଝଟ ଅବୁଝା ଯାମିନୀ 


କରି ଥାଏ ମନ୍ତ୍ର ସିଦ୍ଧ? 


ତୋ ହୃଦୟ ଝଙ୍କାର ଜୀବନ ସଂଗୀତ, 


ସୁମଧୁର ଗୀତ, ମଧୁର ଆଳାପ,


ଜୀବନର ସଂଵୋଧନୀ, 


ତୁ ରାଗ ରାଗିଣୀ, ଅଟୁ ସଂଯୋଜନୀ, 


ତୋ ପ୍ରାଣ ପୁଲକ, ସ୍ୱତଃ ସ୍ରୋତସ୍ୱିନୀ, 


ସେ ପରା ଅମୁଲ ମୂଲ, 


ତୋର ସେ କରୁଣ ସୁର, 


ସେ ସୁରରେ ରସ ହୁଏ ସଂଜୀବନୀ, 


ଗାଏ ଜୀବନ ସଂଗୀତ!


ତୁ ସେଇ ରାଣୀ ବାୟାଣୀ, 


ତୋ ରାଗ ସରାଗ, ଜୀବନ ଅମୃତ 


ଦେହରେ ସେ ମନ୍ଦାକିନୀ, 


ତୋ ମନ ସରସୀ ଜୀବନ ପ୍ରତୀଚୀ, 


ବହେ ହୃଦୟର ନିର୍ଝରିଣୀ!


ତୁ ପରା ପାଗେଳୀ ତୁ ସ୍ନେହମୟୀ 


ତୁ ଅଟୁ ଜୀବନ ଦାୟିନୀ, 


ତୋ ସ୍ନେହ ଆଦର, ମଧୁର ଆକଟ 


ଜୀବନ ସର୍ବସ୍ବ ହୋଇ, 


ମମତାର ଝର, ମମତ୍ୱର ମୋହ 


ଜୀବନ ମୋକ୍ଷ ପ୍ରଦାୟିନୀ!


ତୋର ସେ ବତ୍ସଲ୍ୟ ପ୍ରେମ, 


ସଦା ଝରଝର, ସଦା ଗୁଂଜରିତ, 


ମଧୁମୟ ପ୍ରେମ ପ୍ରୀତି, 


ତୁ ପ୍ରେମ ବାୟାଣୀ, ସ୍ନେହ କାଙ୍ଗଳୁଣୀ 


ମମତା ବନ୍ଧନ ଡୋରି, 


କିଏ କହେ ତୋତେ,ତୁ ଗୋଟେ ଯୋଗିନୀ 


ତୁ ଅଟୁ ଡାହାଣୀ, ତୁ ଗୋଟେ ଡାକିଣୀ 


ବେଶରେ ରୁଦ୍ର ନାରାୟଣୀ, 


ଶରଧାରେ ଭକ୍ତି, କରୁଣାରେ ମୁକ୍ତି, 


ହୁଅଇ ଜୀବନ ସିଦ୍ଧି, 


ତୋ କରୁଣାମୃତ,ତୋ ସ୍ନେହ ଅମୃତ 


ମିଳଇ ଜୀବନ ମୁକ୍ତି, 


ତୁ ସକଳ ତୀର୍ଥ, ତୋ ଚରଣ କମଳେ 


ଅମୃତର ଶ୍ରଦ୍ଧାଞ୍ଜଳୀ!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract