STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଜୀବନ ସଂଘର୍ଷ

ଜୀବନ ସଂଘର୍ଷ

1 min
322


ସଂସାରେ ଜୀବନ ସଂଘର୍ଷ ମୟ ଯେ ସଂପଦେ ବିପଦେ ଭରା

ହସ,କାନ୍ଦ,ସୁଖ, ଦୁଃଖ ର ଜୀବନ ଚାଲିଛି ଜୀବନ ସାରା

ମଣିଷ ଜନମ ନେଲେ

ଯେତେ ସୁଖ ଦୁଃଖ ଯେତେ ହସ କାନ୍ଦ ଲାଗିଥାଏ କାଳେ କାଳେ ।।


ଚିର ପ୍ରବାସୀ ୟେ ଜୀବନ ଟା ସାରା ଦୁଃଖ ର ଅନ୍ତ ନାହିଁ

ଯେତେ ସଂଘର୍ଷ ୟେ କର୍ମ ଅନ୍ତରାଳେ ନାଟଲାଗେ ପେଟ ପାଇଁ

ସେ ଦୁଃଖ କଷ୍ଟ କାହାଣୀ

ସାଦା କାଗଜରେ କଲମ ମୁନରେ ନହେବ ତାହା ବଖାଣି ।।


ପ୍ରବାସେ ରହିଲେ ଗାଆଁ ଘର ତେଣେ ଭାଙ୍ଗି ଡିହ ପରିଦିଶେ

ଗାଆଁ କୁ ଗଲେତ ଜୀବନ ଜଞ୍ଜାଳେ କର୍ମ ପାଇଁ ପରବାସେ

ଦୁଇ ନାବେ ଦେଇ ଗୋଡ଼

ଅଚିନ୍ତ୍ୟନୀୟ ସେ ଦୁଃଖ ର କାହାଣୀ ଭାଙ୍ଗିଦିଏ ଅଣ୍ଟା ହାଡ଼ ।।


କର୍ମମୟ ପଥ ଖଣ୍ଡାଧାର ସମ ପଦେ ପଦେ ଥାଏ ବିପଦ

ପାନୁ ଚୁନ ଖସିଗଲେ ଥରେ ଦେଖ ଲାଗେ କେତେ ହଟଚମଟ

ସବୁ ବିପଦକୁ ସମ୍ଭାଳି

(ୟେ) ମଣିଷ ଜୀବନ ସଂସାର ପଥରେ ସଂଘର୍ଷ କରୁଛି ଖାଲି ।।


ଘର ସଂସାର ର ବନ୍ଧୁର ପଥ ୟେ ଉଠାଣି ଗଡାଣି ଦେଇ

ପୁଅ ଝିଅ ଭାଇ ଭଉଣୀ ଘରଣୀ ଚକଲଗା ଗାଡ଼ି ହୋଇ

ଗଡୁଥାଏ ସ୍ଵତ୍ସନ୍ଦ ରେ

ସ୍ଵାର୍ଥ ସାରଥି କି ସ୍ଵର୍ଥେ ହେଲେ ବାଧା ଅଟକି ଯାଏ ବାଟରେ ।।


ଅଭାବି ସଂସାର ବଡ଼ ହୀନିମାନ ବହୁ କୁଟୁମ୍ବ ର ଘର

ଅସହ୍ୟ ସଂଘର୍ଷେ ଓଟ ପାଲଟଇ କୁଜ ବୋହିବାଟା ସାର

ମଣିଷ ଜୀବନ ପାଇ

କେହି କେବେ କାହିଁ ବିନା ସଂଘର୍ଷରେ ଜୀବନ କାଟିଛି କେହି ।।


ରାଜା,ପ୍ରଜା,ସାହୁ,ଖାତକ ସଭିଏଁ କର୍ମ ରତେ ନିରନ୍ତର

କାଳଚକ୍ର ଗତି ଅଭିନିତ ହୁଏ ସବୁ ଯେତେ କଳାକାର

ସମାଜ ରଙ୍ଗ ମଞ୍ଚରେ

ସଂଘର୍ଷ ମୟ ଜୀବନ କାହାଣୀ ନାଟକ ଅଭିନୟ ରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract