STORYMIRROR

Purnima Prusty

Abstract

2  

Purnima Prusty

Abstract

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
344

ଜୀବନରେ କିଏ କେବେ ଆସିଯାଏ

   କେବେ କିଏ ଏଠି ନିଜର ହେଇଯାଏ

ଜଣା ନଥାଏ କିଏ ହୃଦୟ କିଣି ନିଏ

   ମନକୁ ଚିନ୍ହିଲା ପରି ସାଥୀ ମିଳିଯାଏ


ଜୀବନ ସଂଗୀତକୁ ମିଳିଯାଏ ସୁର

  ମଣିଷ ଟେ ସଦା ଅଧୀନ ଭାଗ୍ୟର

ସେ ସଂଗୀତ ସୁରେ ହଜିଯାଏ ନର

   ଭୁଲି ହେଇଯାଏ ଆପଣା କି ପର


କାହା ପାଇଁ ହୃଦୟ ହୁଏ ବିଚଳିତ

   କିଏ କରେ ଅବା ମନ ଆନ୍ଦୋଳିତ

କବର ତଳର ଆତ୍ମାବି ହୁଏ ଜାଗ୍ରତ

   ଶୂନ୍ୟ ଜୀବନକୁ ଖୁସି ମିଳେ ଅଦ୍ଭୁତ


ବଢିଯାଏ କେବେ ଭାବ ପ୍ରବଣତା

   ସହି ହୁଏ ନାହିଁ ଟିକେ ବି ତିକ୍ତତା

କାହା ପାଇଁ ଜୀବନ ଅଟକେ ଅଯଥା

   କିଏ ସାଜିଯାଏ ଭାଗ୍ୟ ଓ ବିଧାତା


ଜୀବନ ସଂଗୀତ ଟି ଥିଲେ ବି ବେସୁରା

   ସେ ସୁରେ ହଜିବାକୁ ଲାଗେ ନିଆରା

ମଣିଷ ଟେ ପାଇଁ ସାଜେ ମଣିଷ ଆସରା

   ଜୀବନ ସଂଗୀତ ଅଟେ ଭାରି ନିଆରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract