STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
253


ଜୀବନଟା ନୁହେଁ

ବଇଶାଖି ତାତି

ଜୀବନଟା ମଧୁମାସ। 

ଜୀବନଟା ନୁହେଁ

ମରୁ ମରୀଚିକା

ସେ ତ କୃଷ୍ଣଚୂଡା ହସ। 

ଜୀବନଟା ନୁହେଁ

ନିରାଶାର ଢେଉ

ଜୀବନ ଆଶା ବିଶ୍ୱାସ। 

ଜୀବନର ନାମ

ନୁହେଁ ପ୍ରତାରଣା

ଜୀବନ ପ୍ରେମ ସଂନ୍ଦେଶ। 

ଜୀବନଟା ଅଟେ

ଦୂର ଗଛଡାଳେ

ବାଈଆଚଢେଇ ବସା। 

ଝଡ ବତାସରେ

ଦୋହଲୁ ଥାଏ ସେ

ନ ହରାଇ ନିଜ ଆଶା। 

ଜୀବନଟା ଅଟେ

ସବୁଜ ବନାନୀ

ସଦା ଫୁଲଫଳେ ଭରା,

ଶୀତଳତା ଆଉ

ଛାଇ ବାଣ୍ଟୁଥାଏ

ଅନ୍ୟକୁ ଦିଏ ସାହାରା। 

ଜୀବନଟା ଅଟେ

ପାହାନ୍ତି ପବନେ

ରଜନୀଗନ୍ଧାର ବାସ। 

ଜୀବନଟା ଅଟେ

ପ୍ରେୟସୀ ଗଭାର

ଗଜରାମାଳର ହସ। 

ଜୀବନଟା ଅଟେ

ବାତାୟନ ଫାଙ୍କେ

ପ୍ରଭାତୀ କିରଣଧାରା। 

ଜୀବନଟା ଅଟେ

ସୁନୀଳ ଗଗନେ

ହସୁଥିବା ସନ୍ଧ୍ୟାତାରା। 

ଜୀବନଟା ଅଟେ

ଆଶା ନଈବୁକେ

କେଳି କରୁଥିବା ନାଆ। 

ଜୀବନଟା ଅଟେ

ବାସରରାତିର

ପହିଲି ପ୍ରଣୟ ଛୁଆଁ। 

ଜୀବନଟା ଅଟେ

ନନ୍ଦନବନର

ସଜଫୁଟା ପାରିଜାତ,

ସେ ପାରିଜାତର

ମହକଟି ଗାଏ

ସଦା ଜୀବନ ସଙ୍ଗୀତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational