STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
224


"ଉଡିଗଲା ଗେଣ୍ଡାଳିଆ ଝାଡିଦେଇ ପର" 

ଗାଇ ଗାଇ ମଧୁର ସଙ୍ଗୀତ ସୁମଧୁର ସୁରେ 

ଉଲ୍ଲାସିତ ଆନନ୍ଦ ମନରେ 

ତାହାର ମଧୁର ସଙ୍ଗୀତର ମଧୁ ମୂର୍ଚ୍ଛନାରେ 

ଝଙ୍କୃତ ହୋଇଲା ଏ ସାରା ଜଗତ।

ନୀଳସିନ୍ଧୁ ଗିରି ବନ ପର୍ବତ କନ୍ଦର

ପୁଣି ଅନନ୍ତ ଆକାଶ ବ୍ରହ୍ମାଣ୍ଡ 

ତା ମଧୁର ସଙ୍ଗୀତ ମୂର୍ଚ୍ଛନାରେ 

ସର୍ବେ ହୋଇଲେ ମୋହିତ।

ସାଧାରଣ ପକ୍ଷୀଟିଏ

ଗାଇଗଲା ତା'ର ଜୀବନ ସଂଗୀତ

ସଭିଙ୍କୁ କହିଗଲା କାନେ କାନେ

ବଞ୍ଚିବାକୁ ହେବ ଆସୁ 

ଯେତେ ବାଧା ଓ ବିପଦ।

ହେ ମାନବ ଜାତି!

ତୁମେ ମଧ୍ୟ ଶୁଣ ସେ ମଧୁର ସଂଗୀତ

ସେ ସଂଗୀତ ଅଟେ ତୁମ ଜୀବନର ଗୀତ

ଝରୁଅଛି ସଦା ତହୁଁ ମଧୁଝର

ଆସ୍ୱାଦନ କରି ତାହା ହୁଅ 

ତୁମେ ଅଭିଯାତ୍ରୀ ଅମୃତ ପଥର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational