ଜୀବନ ସଙ୍ଗୀତ ଗାଇବା
ଜୀବନ ସଙ୍ଗୀତ ଗାଇବା
ଜୀବନ ତା ନୁହେଁ ଖେଳଘର ବନ୍ଧୁ
ଖେଳ ନାହିଁ ତାର ସଙ୍ଗେ
ଖେଳୁ ଖେଳୁ ଖେଳ ବୁଡ଼ିଯିବ ବେଳ
ବୁଝିବ ପଛରେ ଯେବେ।
ମନଟା ନୁହଁଇ ଜଉ ଘର ବନ୍ଧୁ
ନ ଜଳାଅ ପ୍ରତି କ୍ଷଣେ
ଅନ୍ୟକୁ ଜାଳିଲେ ଜଳି ଯିବ ନିଜେ
ଯେ ଆନ ମନ ନ ଚିହ୍ନେ।
ଏ ଶରୀର ନୁହେଁ କେବେ ତୋ ନିଜର
ବିଭୁ ଦାନେ ଏହା ଗଢା
କେ ନୁହେଁ କାହାର ଏ ମର ସଂସାରେ
ଏ ଦୁନିଆଁ ଭଙ୍ଗା ଗଢା।
ବୁଦ୍ଧ ମହାତ ମା ଅହିଂସାର ବାଣୀ
ପ୍ରଚାରିଲେ ଏ ମହୀରେ
ନିଜେ ସେ ବାଣୀକୁ କାର୍ଯ୍ୟରେ ଲଗାଇ
ଯଶ ରଖିଲେ ମହୀରେ।
କିନ୍ତୁ ଆଜି ଏହି ସମାଜରେ ପରା
କେତେ ଛନ୍ତି ବାକ୍ୟ ବୀର
କେତେ ନୀତିବାଣୀ କେତେ ଉପଦେଶ
କହିଥାନ୍ତି ବାର ବାର।
ମିଛୁଆ ଲାଞ୍ଚୂଆ ଟାଉଟରଙ୍କର
ବଶ କେବେ ନ ହୋଇବା
ସତ୍ୟ ଧର୍ମ ନ୍ୟାୟ ପଥକୁ ଆଚରି
ସଦା ସୁପଥେ ଚଳିବା।
ଯେଉଁ ପଥେ ଚାଲି ଆମର ପୁର୍ବଜ
ମରିବି ଆଜି ଅମର
ତାଙ୍କରି ପଥକୁ ଅନୁସରି ଯିବା
ଚିତ୍ତ କରି ସଦା ସ୍ଥିର।
ଦୀପ ସମ ଜଳି ଆଲୋକ ବାଣ୍ଟିବା
ନ ହୋଇ କେବେ ବିମୁଖ
ତେବେ ସିନା ପୁଣ୍ୟ ଅରଜି ଗମିବା
ପୁଣ୍ୟ ଧାମ ସେ ବୈକୁଣ୍ଠ।