STORYMIRROR

Ajaya Kumar Mohanty

Fantasy

3  

Ajaya Kumar Mohanty

Fantasy

ଜୀବନ ସଙ୍ଗୀତ - ୪

ଜୀବନ ସଙ୍ଗୀତ - ୪

1 min
149

ନିଜ ଚାରିପାଖ

ନ ପାର ଦେଖି

ଜ୍ଞାନ ଅଣସର

ଅନ୍ଧାର ଭାତୀ

ସମୟ ଚକ୍ରରେ 

ଦିନ ଓ ରାତି ।


ଭାବର ବିହିନେ

ଅଭାବ କାହିଁ 

ଗତୀ ଯଦି ସ୍ଥିର 

ଘଟଣା ନାହିଁ 

ଟହଲେ ସଂସାର

ପେଣ୍ଡୁଲମ୍ ହୋଇ ।


ସ୍ବପ୍ନ ଯଦି ନାହି 

ସୃଜନ କାହିଁ

ଫୁଲ ଫୁଟୁଥାଏ

ସୁଗନ୍ଧ ନାହିଁ 

ପରାଗ ମଉଳେ

ପ୍ରଣୟ ନାହିଁ ।


ବିଶ୍ବାସ ନକଲେ

ସମ୍ପର୍କ କାହିଁ

ସଂଖ୍ୟାର ହିସାବ

ଗଣିତ ପାଇଁ 

ସମାଜ ଗଢିବ

କାହାକୁ ନେଇ।


ଭିନ୍ନତା ଅର୍ଥ

ଏକତା ପାଇଁ 

ରଙ୍ଗହିନତାରେ

ଉମଙ୍ଗ କାହିଁ

ତରଙ୍ଗ ନଥିଲେ 

ସମୁଦ୍ର ନାହିଁ ।


ଜୀବନ ଜମୁନା

ଉଜାଣି ନାହିଁ 

ଆଶାହରା ପାଇଁ 

ଜୀବନ କାହିଁ

ଅନ୍ଧାର ରାତି

ସାଥିଟେ ଚାହିଁ ।


Rate this content
Log in

Similar oriya poem from Fantasy