STORYMIRROR

Ratinarayan Rout

Inspirational Others

4  

Ratinarayan Rout

Inspirational Others

ଜୀବନ ସଙ୍ଘର୍ଷ

ଜୀବନ ସଙ୍ଘର୍ଷ

1 min
224


ଜୀବନ ଟା ଏଠି  ଅଙ୍କା ବଙ୍କା ରାସ୍ତା

    ଜନମୁ ମରଣ ଯାଏ

ଝଡ଼ ଝଞ୍ଜା କେତେ  ଆସଇ ଜୀବନେ

    ସହିବାକୁ ସବୁ ହୁଏ ll1ll

ମାନବ ଯେ ବେଳେ ନିଜ ସ୍ୱାର୍ଥ ଲାଗି

     ପ୍ରକୃତି କୁ ଦଗା ଦିଏ

ପ୍ରକୃତିର କ୍ରୋଧ    ତାଣ୍ଡବ ରଚଇ

   ଭୋଗିବାକୁ ତାହା ହୁଏ ll2ll

ଅଦୃଶ୍ୟ ଶକତି     ପ୍ରକୃତି ବିପତ୍ତି

    ଜୀବନେ ଅନେକ ଆସେ

ତଥାପି ଏ ଜାତି  ଭାଙ୍ଗି ପଡେ ନାହିଁ

    ସଂଘର୍ଷ ରେ ବଞ୍ଚି ହସେ ll3ll

ଘାତ ପ୍ରତିଘାତ   ଅନେକ ଯନ୍ତ୍ରଣା 

    ଏ ଜୀବନ କାଳ ପଥେ 

ବଦଳାଇ ଦିଏ   ଜୀବନ ଚର୍ଯ୍ୟାକୁ

    ଯିବାକୁ ହୁଏ ତା ସାଥେ ll4ll

ଅନେକ ବିପତି  ବନ୍ୟା ବାତ୍ୟା ଗତି

    ଛାତିକୁ ଥରାଇ ଥାଏ 

ଅକାଳେ ଜୀବନ ଝଡ଼ିପଡ଼େ କେତେ 

  ମନରେ ଯାତନା ଦିଏ ll5ll

ମନକୁ ସୁଦୃଢ    କରିବାକୁ ହେବ

     ବିପଦେ ଭୟ ନ କରି

ସବୁ ପରିସ୍ଥିତି    ସାମନା କରିବା

   ମୃତ୍ୟୁ କୁ କେବେ ନ ଡରି ll6ll

ମୃତ୍ୟୁ ପରେ ନବ  ଜନମ ହୋଇବ

    ସେ ପାଇଁ ଡରି ନ ଯାଇ

ଜନମ ମରଣ    ଲାଗିଛି ସଂସାରେ

   ବିଧାତାର ଖେଳ ଏଇ ll7ll

ପ୍ରତି ପାଦେ ପାଦେ  ବିପଦ ରହୁଛି

   ସେ ପାଇଁ ସଜାଗ ହେବା

ଇଶ୍ୱରଙ୍କ ଠାରେ   ସବୁ ସମରପି

  ସତ ପଥେ ଚାଲୁଥିବା ll8ll

କଣ୍ଟକିତ ପଥ    ପୁଷ୍ପିତ ହେଇବ

   କରୁଣା ବଳେ ତାଙ୍କରି

ଦୃଢ଼ ବିଶ୍ୱାସରେ ଭାବରେ ଡାକିଲେ

  କୋଳେଇ ନେବେ ଶ୍ରୀହରି ll9ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational