Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଜୀବନ ସାଥୀ

ଜୀବନ ସାଥୀ

1 min
496



ମୁଁ ନୀଳ ଚନ୍ଦ୍ରମା ନୀଳ ସରୋବରେ 

ଦେଖୁଛି ମୁଁ ନିଜ ଛାଇ

ତୁ ଯେ ନୀଳକଇଁ ଖୁସି ମନ ହୋଇ

ରହିଛୁ ମୋ ଦିଗେ ଚାହିଁ I


ମନତଳେ ତୋର ପ୍ରେମର ତରଙ୍ଗ

ଛୁଇଁଗଲେ ମୋର ମନ

ତୋ ଆକାଶେ ଉଏଁ ନୀରବରେ ମୁଁ

ହୋଇ ଏକ ନୀଳ ଜହ୍ନ I


ତୋପାଇଁ ଲୋ ସଖୀ ଜୀବନ ସୁନ୍ଦର

ପାଖରେ ଯେବେ ତୁ ଥାଉ

ଦୁନିଆଯାକର ଝଡ ଝଞ୍ଜା ସହି

ପ୍ରେମ ନାବ ବାହିନେଉ I


ବୟସର ଭାର ଦେହକୁ ଛୁଇଁଛି

ମନକୁ ପାରିନି ଛୁଇଁ

ତୋପାଇଁ ଲୋ ସଖୀ ସ୍ୱର୍ଗପରି ଲାଗେ

ମୋତେ ଏ ମରତ ଭୂଇଁ I


ଅବଗାହି ତୋର ପ୍ରୀତି ସରୋବରେ

ସଜଳ ମୋ ଦେହ ମନ

ଅନନ୍ୟା ରୂପସୀ ରୂପବତୀ ତୁ ଲୋ

ଜୀବନ କରିଛୁ ଧନ୍ୟ I


ମୋ ହାତରେ ତୋର ହାତକୁ ଲୋ ସଖୀ

ସମୟ ଦେଇଛି ବାନ୍ଧି 

ଚାଲିବି ତୋ ସହ ସାରା ଜୀବନ ମୁଁ

ପାଦରେ ପାଦକୁ ଛନ୍ଦି I

         


Rate this content
Log in

Similar oriya poem from Romance