STORYMIRROR

Santosh Mishra

Romance

3  

Santosh Mishra

Romance

ଜୀବନ ସାଥୀ

ଜୀବନ ସାଥୀ

1 min
393

ସେହି ମଣିଷ

ଆମ ଘରକୁ

ଅତିଥି ହୋଇ ଆସିଥିଲେ

ଅଗରୁ କେବେ

ଦେଖି ନ ଥିଲି,

ଜାଣି ବି ନ ଥିଲି ।


ବାପାଙ୍କ ଆଦେଶ କ୍ରମେ

ତାଙ୍କ ସାମ୍ନାରେ

ଠିଆ ହେଲି,

କଣେଇ ଚାହିଁଲି

ଚା କପ୍ ଟିଏ

ବଢ଼େଇ ଦେଲି,

ହେଲେ

ଭଲକରି ଦେଖି ପାରିଲିନି

ପଚାରି ଥିଲେ

ଉତ୍ତର ଦେଇଥିଲି ।


ପରିବାର ଠାରୁ

ଶୁଣି ଥିଲି ତାଙ୍କର 

କିଛି ଭଲ ଗୁଣ,

ସେ ସବୁ ସତ୍ୟତାର

ନ ଥିଲା ପ୍ରମାଣ ।


ସମୟ ଚକ୍ରରେ

କେଇ ଦିନ

କେମିତି ବିତିଗଲା ଯେ

ଜଣା ପଡିଲାନି,

ମନ ଭିତରେ

ଉଙ୍କି ମାରିଥିବା

କିଛି ପ୍ରଶ୍ନର 

ଉତ୍ତର ପାଇଲିନି ।


ବାପା ଘର 

ଏରୁଣ୍ଡି ଡେଇଁ

ଆଉ ଏକ ପରିବାରରେ

ଛନ୍ଦି ହୋଇ ଗଲି,

ଅଜଣା ଅଚିହ୍ନା

ମଣିଷଟିକୁ

ଜୀବନସାଥୀ କରିଦେଲି ।


Rate this content
Log in

Similar oriya poem from Romance