Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Abstract

5.0  

baijayantimala rout

Abstract

ଜୀବନ ସାଥି

ଜୀବନ ସାଥି

1 min
426


ଅଚିହ୍ନା ମଣିଷ ଚିହ୍ନା ହୋଇଯାଏ,

ହୃଦ ସାଥେ ଯେବେ ହୃଦ ମିଶିଯାଏ ।

ଅଚିହ୍ନା ମଣିଷ ହାତଧରି ମୁହିଁ,

ଜୀବନର ପଥ ଯିବି ମୁଁ ଆଗେଇ ।

ଶୂନ୍ଯତାରେ ଭରା ଜୀବନରେ ମୋର,

ପୂର୍ଣ୍ଣତା ଆଣିଲ ହୃଦୟେ ମୋହର ।

ସପନକୁ ମୋର କରିଲ ନିଜର ,

ନିଜ ଠାରୁ ହେଲ ଆହୁରି ନିଜର ।

ହୃଦୟରେ ମୋର ଖାଲି ସ୍ଥାନ ଯେତେ ,

ଭରିଦେଲ ତୁମେ ପୂର୍ଣ୍ଣତାରେ ସତେ ।

ଅଚିହ୍ନା ମଣିଷ ହୋଇଲା ନିଜର ,

ଯିଏ ଥିଲା ଦିନେ ମୋର ସାତ ପର ।

ବଞ୍ଚି ମୁଁ ପାରେନା ତୁମ ସ୍ନେହ ବିନା,

ତୁମ ପ୍ରେମ ମୋତେ କରେ ଆନମନା ।

ଚିହ୍ନା ଅଚିହ୍ନାର ଦୋଛକି ପଥରେ,

ଜୀବନ ସାଥି ମୋ ରୁହ ହୃଦୟରେ ।



Rate this content
Log in

Similar oriya poem from Abstract