ଜୀବନ ସାଥି
ଜୀବନ ସାଥି
ପ୍ରିୟା,
ତୁମକୁ ମୋ ଗଳ୍ପ ଠାରୁ
ମୋ କବିତା ବେଶୀ ପସନ୍ଦ ନା ?
ତୁମକୁ ମୋ ସ୍ବପ୍ନ ଠାରୁ
ମୋ ଭାବନା ବେଶୀ ପସନ୍ଦ ନା?
ତୁମ ସ୍ପର୍ଶ ଟିକେ ପାଇବାକୁ
ଆତୁର ହେଇଉଠୁଥିବା
ମୋର ଦୁଇ ଓଠ ତୁମର ପସନ୍ଦ ନା ?
ତୁମ ଅହର୍ନିଶୀ ଦେଖିବାକୁ
ପାଗଳ ହେଇଯାଉଥିବା
ମୋର ଦୁଇ ଆଖି ତୁମର ପସନ୍ଦ ନା ?
ତୁମ ପ୍ରେମର ଢେଉରେ
ବୁଡୁଥିବା ଉଠୁଥିବା
ମୋର ଏ ହୃଦୟ ତୁମର ପସନ୍ଦ ନା ?
ତୁମ ସ୍ମୃତିର ନଈରେ
ଭାସି ଭାସି ଚାଲୁଥିବା
ମୋର ଏ ଶରୀର ତୁମର ପସନ୍ଦ ନା ?
ଯଦି ପସନ୍ଦ, ତାହେଲେ ଏତେ ଦୂରେ କିଆଁ ତୁମେ ?
ତୁମ ବିରହ ରେ,
ମୋ କବିତା ସ୍ୱାଦହୀନ,
ମୋ ଭାବନା ରସହୀନ
ମୋ ଓଠ ରଙ୍ଗହୀନ,
ମୋ ଆଖି ଦୀପ୍ତିହୀନ
ମୋ ହୃଦୟ ରକ୍ତହୀନ,
ଆଉ ମୋ ଶରୀର ପ୍ରାଣହୀନ..
ଏସବୁ ଜାଣିଛ ନା?..ତାହେଲେ ଏତେ ଦୂରେ କିଆଁ ତୁମେ ?
ମୋ ମର ଶରୀରେ ଜୀବଦାନ ଦେବାକୁ
ଥରେ ଚାଲି ଆସ ନାଁ,
ନେଇ ପୁରୁଣା ଅନୁଭୂତି ;
ମୋ ଜୀବନେ ସାତରଙ୍ଗ ଭରିଦେବାକୁ
ପୁଣି ଫେରି ଆସ ନାଁ,
ଆଗୋ ମୋ ଜୀବନ ସାଥି |